ପାଣ୍ଡବାଶୁଣି ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର
ଖୋର୍ଦ୍ଧା : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପାଣ୍ଡବାଶୁଣି ଜଙ୍ଗଲରେ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ପଡିରହିଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀ ଏହା ଦେଖି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ ।ପରେ ନାଚୁଣି ପୋଲିସ ଖବର ପାଇ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ମୁକେଶ ବେହେରା ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ପୋଲିସ ଉକ୍ତ ଶବଟି ପାଖାପାଖି ୨୦ ରୁ ୨୫ ଦିନ ହେବ ଏଠାରେ ପଡିରହିଥିବା ଅନୁମାନ କରୁଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଅନୁରୂପ ଭାବେ ଶବ ନିକଟସ୍ଥ ଏକ ଗଛରେ ଦଉଡି ବନ୍ଧା ହୋଇ ରହିଥିବାର ପୋଲିସ ସୂଚନା ଦେଇଛି । ତେବେ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବାକୁ ଥିବାବେଳେ ବର୍ତମାନ ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଂଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।
