ଅବସରପ୍ରାପ୍ତ ବାଣିଜ୍ୟକର ଅଧିକାରୀଙ୍କ ପରଲୋକ
କଟକ : ଅବସରପ୍ରାପ୍ତ ବାଣିଜ୍ୟକର ଅଧିକାରୀ ସୁଧାଂଶୁ ମୋହନ ଜେନାଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ । ତାଙ୍କ ଶେଷ ଶଯ୍ୟା ନିକଟରେ ବିଧବା ପତ୍ନୀ ସ୍ନେହପ୍ରଭା ଜେନା ଓ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଆତ୍ମୀୟସ୍ୱଜନ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନକୁ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛିି । କଟକ ବାଣିଜ୍ୟକର ଭବନରେ ଏଷ୍ଟାବ୍ଳିଷ୍ଟମେଣ୍ଟ ଅଧିକାରୀ ଭାବେ ୧୯୯୭ରେ ଅବସର ଗ୍ରହଣ କରିଥିଲେ । ଜଣେ ଫୁଟବଲ ଖେଳାଳି ଓ ସଙ୍ଗଠକ ଭାବେ ସେ ବେଶ ଜଣାଶୁଣା ଥିଲେ । ତାଙ୍କ ପିତା ଶ୍ରୀଚରଣ ଜେନା ଜଣେ ଦକ୍ଷ ଟାଇପିଷ୍ଟ ଭାବେ ବେଶ ପ୍ରସିଦ୍ଧି ଲାଭ କରିଥିଲେ ।
