ଓଡ଼ିଶାର ପ୍ରଖ୍ୟାତ କାର୍ଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ
ନୂଆଦିଲ୍ଲୀ: ଆଉ ନାହାନ୍ତି ଓଡ଼ିଶାର ପ୍ରଖ୍ୟାତ କାର୍ଟୁନିଷ୍ଟ କିଶୋର ରଥ। ୫୮ ବର୍ଷ ବୟସରେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି। କିଶୋରଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ଦେବଦଳନ ରଥ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କାର୍ଟୁନିଷ୍ଟ କିଶୋର ରଥ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ରବିବାର ରାତିରେ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲ୍ ନେଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିଲେ ହେଁ, ହୃଦଘାତରେ ପ୍ରାଣ ଯାଇଥିବା ଅନୁମାନ କରାଯାଉଛି। ଢୁମ୍ପୀ ସଙ୍ଗୀତର ପ୍ରଚାର ପ୍ରସାରରେ କାର୍ଟୁନିଷ୍ଟ କିଶୋର ରଥଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଦୈନିକ ଖବରକାଗଜ ‘ସମ୍ବାଦ’ର ଅମୁଲ୍ୟ ରତ୍ନ ଥିଲେ। କିଶୋରଙ୍କ ଶେଷ ଲେଖା ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଉପରେ ଥିଲା। କିଶୋର ରଥଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
