ପୂର୍ବତନ ସେନାଧିକାରୀ ବିଷ୍ଣୁ ରାୟଙ୍କ ଶ୍ରାଦ୍ଧବାର୍ଷିକୀ
କଟକ : ବିଶିଷ୍ଟ ସମାଜସେବୀ ବିଭୁତି ରାୟଙ୍କ ପିତା ତଥା ୧୯୬୪ ମସିହାରେ ଭାରତ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଯୋଗଦାନ କରିଥିବା ପୂର୍ବତନ ସେନାଧିକାରୀ ସ୍ୱର୍ଗତ ବିଷ୍ଣୁ ଚରଣ ରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସାର୍ତ୍ତୋଳସ୍ଥିତ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ୍ ରାୟ, ସମାଜସେବୀ ଅଭିମନ୍ୟୁ ଦାସ, ସୁଚନାଧିକାର କର୍ମୀ ଜିତେନ୍ଦ୍ର ସାହୁ, ସାମ୍ବାଦିକ ବଳରାମ ନାୟକ, ସମୀର କର, ମହେଶ ପାତ୍ର, ବିଶ୍ୱଜିତ୍ ଧଳ, ଶଙ୍କର୍ଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
