ବାଂଲାଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ପୋଖରୀକୁ ବସ୍ ଖସି ୧୭ ମୃତ, ୩୫ରୁ ଅଧିକ ଆହତ
ଢାକା : ବାଂଲାଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସପଡିଲା ଯାତ୍ରୀବାହୀ ବସ୍ । ଯାହାଫଳରେ ଏହି ଦୁର୍ଘଟଣାରେ ୧୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଯେ, ବାଂଲାଦେଶ ବଶରରେ ସ୍ମୃତି ପରିବହନ ନାମକ ବସ୍ର ଯାତ୍ରୀ କ୍ଷମତା ୫୨ ରହିଥିବା ବେଳେ ୬୦ ଯାତ୍ରୀଙ୍କୁ ନେଇ ବସଟି ଯାଉଥିଲା । ବସ୍ଟି ପିରୋଜପୁରର ଭଣ୍ଡାରିଆରୁ ବାହାରି ଯାଉଥିବା ବେଳେ ଛତ୍ରକଣ୍ଡ ନିକଟ ରାସ୍ତା କଡରେ ଥିବା ଏକ ପୋଖରୀକୁ ଖସିପଡିଥିଲା ବସ୍ । ବସ୍ଟି ଦରକାର ଠାରୁ ଅଧିକ ଭିଡ ଥିବାରୁ ଲୋକେ ପରସ୍ପର ଉପରେ ପଡିଯାଇଥିଲେ । ତେଣୁ ପୋଖରୀ ଭିତରେ ଶ୍ୱାସରୁଦ୍ଧ ହୋଇ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଆଉ ଅନ୍ୟ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଲୋକମାନଙ୍କୁ ବସ୍ରୁ ଉଦ୍ଧାର କରିଥିଲେ । ପରେ ପ୍ରଶାସନ ଏବଂ ପୋଲିସ ଆସି ଉଦ୍ଧାର କରିଥିଲା । ତେବେ ସୁରକ୍ଷିତ ରହିଥିବା ଯାତ୍ରୀ ବସ୍ ଡ୍ରାଇଭରଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଦୁର୍ଘଟଣା ହୋଇଛି ବୋଲି କହିଛନ୍ତି ।
ନ୍ୟୁଜ୍ ଏଜେନ୍ସି ଏଏନଆଇ କହିଛି ଯେ, ୫୨ ଜଣ କ୍ଷମତା ବିଶିଷ୍ଟ ବାଶର ସ୍ମତି ଟ୍ରାନ୍ସପୋର୍ଟ ବସ୍ ୬୦ ରୁ ଅଧିକ ଲୋକଙ୍କୁ ନେଇ ଯାଉଥିଲା। ବସଟି ସକାଳ ପ୍ରାୟ ୯ ଟାରେ ଛତ୍ରକଣ୍ଡା ଠାରେ ଏକ ରାସ୍ତା କଡ଼ରେ ଥିବା ପୋଖରୀକୁ ଖସି ପଡିଥିଲା। ସମସ୍ତ ଯାତ୍ରୀ ବସ୍ ଭିତରେ ଫସି ରହିଥିଲେ। ଓଭରଲୋଡ୍ ଯୋଗୁଁ ବସ୍ ତୁରନ୍ତ ବୁଡିଯାଇଥିଲା। ୧୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାକି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
