ହାଟପଡା ଘାଟରୁ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର, ଦେହରେ ଲାଗିଛି ଟ୍ରାନ୍ସମିଟର
ସମ୍ବଲପୁର : ଆଜି ପୂର୍ବାହ୍ନରେ ସମ୍ବଲପୁର ସହରର ମହାନଦୀ ହାଟପଡା ଘାଟରୁ ଏକ ମୃତ ବିରାଟ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳି ମାନେ ଏକ ମୃତ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଛନ୍ତି l କୁମ୍ଭୀରଟିର ଦେହରେ ଟ୍ରାନ୍ସମିଟର ଲାଗିଥିବା ଦେଖିବାକୁ ମିଳିଛି l ତେବେ କୁମ୍ଭୀରଟି ବନ୍ୟା ସମୟରେ ସାତକୋସିଆ ଅଞ୍ଚଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି l ତେବେ କୁମ୍ଭୀରଟିର କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ l ସ୍ଥାନୀୟ ଲୋକେ ଏହାକୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।
ସୋମବାର ସକାଳେ ମହାନଦୀର ରିଂରୋଡର ଅଯୋଧ୍ୟା ସରୋବର ଘାଟରୁ ଏକ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଗାଧୋଇବା ବେଳେ କୁମ୍ଭୀର ଟି ଭାସୁଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ସମସ୍ତେ ଭୟଭିତ ହୋଇଯାଇଥିଲେ। ହେଲେ ଏହା ମରିଯାଇଥିବା ଜାଣିବା ପରେ ତାକୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପ୍ରାୟ ସାଢେ ୬ ଫୁଟ ହେବ। ତେବେ ମୃତ୍ୟୁର କାରଣ ଜଣାପଡିନାହିଁ। ବନ ବିଭାଗକୁ ଏହା ହସ୍ତାନ୍ତର କରାଯାଇଥିବା ବେଳେ ଏହାର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।
