ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ରସାଳପୁର : ବାଲେଶ୍ୱର ସଦର ଥାନା ଅଧୀନସ୍ତ ଖାନନଗର ପଡ଼ିଆରେ ଶନିବାର ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହର ପରିଚୟ ମିଳିପାରି ନାହିଁ । ମିଳିଥିବା ମୃତଦେହର ମୁଣ୍ଡ ନଥିବା ବେଳେ ଗୁପ୍ତାଙ୍ଗ, ଡାହାଣ ହାତର ପାପୁଲି କଟାଯାଇ ବୀଭତ୍ସ ହତ୍ୟା କରାଯାଇ ପଡ଼ିଆର ଏକ ସିଜୁ ବୁଦା ଭିତରେ ଫୋପଡ଼ି ଦେଇଥିବାର ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଜାରି ରଖିଛି ।
ଜଣେ ବୃଦ୍ଧା ଉକ୍ତ ପଡ଼ିଆକୁ କୌଣସି କାର୍ଯ୍ୟ ପାଇଁ ଯାଇଥିବା ବେଳେ ଦୁର୍ଗନ୍ଧ ହେବାରୁ ଏକ ଗଳିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ସେ ଆଖପାଖରେ କହିବା ପରେ ଖବରଟି ବ୍ୟାପିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ôଚ ସନ୍ଧାନୀକୁକୁର, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିବା ସହ ଗଳିତ ମୃତଦେହ ଉଦ୍ଧାର କରି ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାପଡ଼ିଛି ।
