ଦଶପଲ୍ଲା- ପଙ୍କୁଆ ରାସ୍ତା ଅବସ୍ଥା ଶୋଚନୀୟ
ଦଶପଲ୍ଲା : ଦଶପଲ୍ଲା- ଭଞ୍ଜନଗର ମୁଖ୍ଯ ରାଜ୍ଯ ରାଜପଥର ଦଶପଲ୍ଲା ଠାରୁ ପଙ୍କୁଆ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଖୁବ୍ ଶୋଚନୀୟ ହୋଇ ପଡିଛି। ପ୍ରତିଦିନ ଶହ ଶହ ଗାଡିମଟର ଚଳାଚଳ କରୁଥିବା ଉକ୍ତ ରାସ୍ତାର ମଧ୍ଯରେ ବିରାଟ ବିରାଟ ଗର୍ତ୍ତମାନ ସ୍ରୁଷ୍ଟି ହୋଇଛି।ବର୍ଷାହେଲେ ଉକ୍ତ ଖାଲ ଗୁଡିକରେ ପାଣି ଜମା ହୋଇ ରହିବା ଦ୍ବାରା ଗାଡି ଚାଳକମାନେ କେଉଁଠି ରାସ୍ତା ଆଉ କେଉଁଠି ଖାଲ ଜାଣିନପାରି ଖାଲରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଅବସ୍ଥାରେ ସୁଧାର ଆଣିବା ନିମନ୍ତେ ବିଭାଗୀୟ କର୍ତୁପକ୍ଷ ଦ୍ରୁଷ୍ଟି ଦେବା ଜରୁରୀ ହୋଇପଡିଛି।
