ଡାହାଳିଆବାଗ କ୍ରିକେଟ ସିଜନ ୭ ଉଦଯାପିତ
କଟକ : କଟକ ମହାନଗର ନିଗମ ୫୮ ନଂ ୱାର୍ଡ ଅନ୍ତର୍ଗତ ଡାହାଳିଆବାଗ ଖେଳପଡିଆରେ ୪ ଦିନ ଧରି ଚାଲିଥିବା ପ୍ରିମିୟର ଲିଗ୍ କ୍ରିକେଟ୍ ସିଜନ ୭ ଆଜି ଉଦଯାପିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବରେ ଅଂଚଳର ଚାରୋଟି ଦଳ ଭାଗ ନେଇଥିବା ବେଳେ ପାୱାର ଏସଆଇ ଚମ୍ପିୟାନ ଟ୍ରଫି ହାସଲ କରିଛି । ରୟାଲ ଟାଇଗର ଏହି କ୍ରୀଡା ଉତ୍ସବରେ ରନର୍ସ ଅପ ଟ୍ରଫି ହାସଲ କରିଥିଲା । ଲେନିନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଖେଳକୁ ସାଂସଦ ଅନୁଭବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲା ବେଳେ ଅଂଚଳର ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ମହାନ୍ତି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର କୈାଶିକ ଜେନା, ରାଜକୁମାରୀ ସ୍ୱାଇଁ, ଛବିନ୍ଦ୍ର ମୁଖୀ, ପ୍ରଶାନ୍ତ ପ୍ରଧାନ, କୈଳାସ ଜେନାଙ୍କ ସମେତ ସୁମନ୍ତ ରାଉତ, ଶଶୀକାନ୍ତ ମହାନ୍ତି, ଟୁଲି ରାଉତ, ପୁପୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।
