ଡ଼ାବୁଗାଁ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର
ନବରଙ୍ଗପୁର : ଡ଼ାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୮ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ୩୭ ଗୋଟି ବ୍ୟକ୍ତିଗତ ଆପତି, ଅଭିଯୋଗ ଥିଲା । ଏଥିରେ ସ୍ୱାସ୍ଥ୍ୟ ବିଭାଗରେ ଆବଶ୍ୟକ ଡକ୍ଟର ନିଯୁକ୍ତି, ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି, ଅଙ୍ଗି ନଦୀରେ ଆବଶ୍ୟକ ଉଠା ଜଳସେଚନର ସୁବିଧା ବାର୍ଦ୍ଧକ୍ୟ ଭତା,ରାସ୍ତା ନିର୍ମାଣ ଓ ମରାମତି, ଫସଲ ନଷ୍ଟ ପାଇଁ ସରକାରୀ ସହାୟତା,ପାନୀୟ ଜଳ ର ସୁବିଧା, ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦି ର ଆପତି, ଅଭିଯୋଗ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚାରି ଜଣଙ୍କୁ ବିବାହ ସହାୟତା ରାଶି ବାବଦକୁ ଜଣଙ୍କୁ ଦୁଇ ଲକ୍ଷ୍ୟ ପଚାଶ ହଜାର ଟଙ୍କାର ଚେକ ହିସାବରେ ସର୍ବ ମୋଟ ଦଶ ଲକ୍ଷ ଟଙ୍କାର ଚେକ୍ ଏବଂ ଦୁଇ ଜଣଙ୍କୁ ଟ୍ରାଏ ସାଇକଲ,ଜଣଙ୍କୁ ଅନ୍ଧ ବାଡି ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟର ଆରକ୍ଷୀ ଅଧିକ୍ଷକ ଏସ,ସୁଶ୍ରୀ,ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣ ଲତା ବିଶ୍ୱାସ , ଗୋଷ୍ଟି ଉନ୍ନୟନ ଅଧିକାରୀ, ପଂଚାୟତ ସମିତି ଅଧ୍ୟକ୍ଷା, ତହସିଲଦାର, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ପଂଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣ ଲତା ବିଶ୍ୱାସ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ୍ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।
