ଆରବ ସାଗରରେ ଘର୍ଣ୍ଣିଭୂତ ହେଉଛି ବାତ୍ୟା ‘ବିପୋରଯୟ’
ନୂଆଦିଲ୍ଲୀ : ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଘର୍ଣ୍ଣିଭୂତ ହେଉଛି ବାତ୍ୟା ‘ବିପୋରଯୟ’ । ଗୋଆଠୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ୮୯୦ କିମି ଦୂରରେ ରହିଛି ବାତ୍ୟା । ସେହିପରି ପୋର୍ ବନ୍ଦର ଠାରୁ ୧୦୯୦ କିଲୋମିଟର ଓ ପାକିସ୍ତାନର କରାଚୀ ଠାରୁ ୧୩୮୦ କି.ମି ଦୂରରେ ରହିଛି । ଏହା ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ।
ଭାରତୀୟ ପାଣିପାଗ ବିଭାଗ ତଥା ଆଇଏମଡିର ସୂଚନା ଅନୁଯାୟୀ, ବାତ୍ୟା ‘ବିପୋରଯୟ’ ୧୩ ଡିଗ୍ରୀ ଅକ୍ଷାଂଶ ଓ ୬୬ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟଆରବ ସଗରରେ ରହିଛି । ଏହା ଦକ୍ଷିଣ-ପଶ୍ଚିମ ଦିଗ କରିବା ସହିତ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ଆସନ୍ତା କାଲି ବା ଜୁନ୍ ୮ ତାରିଖ ବେଳକୁ ପବନ ବେଗ ବଢ଼ିବ । ଘଣ୍ଟା ପ୍ରତି ୧୧୫ରୁ ୧୨୫ କି.ମି ବେଗରେ ପବନ ବହିବା ସହିତ ସଂଧ୍ୟା ବେଳକୁ ୧୨୫ରୁ ୧୩୫ କିମି ବେଗରେ ପବନ ବହିବ ।
Severe Cyclonic storm Biparjoy over eastcentral and adjoining southeast Arabian Sea at 0530 IST of 07th June, near lat 12.6N and lon 66.1E, about 890km WSW of Goa. Likely to move nearly northwards and intensify into VSCS during next 24 hrs. pic.twitter.com/HFZl7ErcSe
— India Meteorological Department (@Indiametdept) June 7, 2023
ମଙ୍ଗଳବାର ଆରବ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି । ଗତକାଲି ସକାଳେ ପ୍ରଥମେ ଅବପାତ ରୂପ ନେଇଥିଲା । ପରେ ୨୪ ଘଣ୍ଟା ମଧ୍ୟରେ ଘର୍ଣ୍ଣିଭୂତ ହୋଇ ଭୟଙ୍କର ରୂପ ଧାରଣ କରିଛି । ତେବେ ବାତ୍ୟା ‘ବିପୋରଯୟ’ କେଉଁଠି ସ୍ଥଳଭାଗ ଛୁଇଁବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା ‘ବିପୋରଯୟ’ ନାମକରଣ ବାଂଲାଦେଶ କରିଛି। ଏହା ପଶ୍ଚିମ ଉପକୂଳ ଦେଇ ଗତି କରିବ ବୋଲି ଏନେକ ପାଣିପାଗ ମଡେଲ ଆକଳନ କରିଛନ୍ତି । ସ୍କାଏମେଟ୍ ମଡେଲ କହିଛି, ବାତ୍ୟା ପ୍ରଥମ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତିକରି ଓମାନ ଓ ୟେମେନକୁ ଯିବାର ସମ୍ଭାବନା ରହିଛି ।
