ପିକଅପ୍ ଭ୍ୟାନ୍ ଧକ୍କାରେ ସାଇକେଲ ଆରୋହୀ ମୃତ
ଗଞ୍ଜାମ : ବ୍ରହ୍ମପୁର ହରିଡ଼ାଖଣ୍ଡି ଛକରେ ଆଜି ସକାଳେ ଏକ ପିକଅପ୍ ଭ୍ୟାନ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବ୍ରହ୍ମପୁର ଧର୍ମନଗର ସାହିର ବାବୁଲା ଗୌଡ଼ । ସେ ସାଇକେଲ ଯୋଗେ ଯାଉଥିବା ବେଳେ ଦୃତ ଗତିରେ ଆସୁଥିବା ପିକଅପ୍ ଭ୍ୟାନ୍ ଟି ତାଙ୍କୁ ଧକ୍କା ଦେଇଥିଲା । ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ଟ୍ରାଫିକ୍ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକ ବାବୁଲାଙ୍କ ଶବ ଜବତ କରି ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ୍ କୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।
