କଟକ ନଗର କଂଗ୍ରେସ ୫୬ ନଂ ୱାର୍ଡ ସାଂଗଠନିକ ପ୍ରସ୍ତୁତି ବୈଠକ
କଟକ : ତା୨/୪ରିଖ ପୂର୍ବାହ୍ନ ୧୨ ଘଟିକା ସମୟରେ କାଜିପାଟଣାସ୍ଥିତ ନାଣ୍ଡିଆ ଠାକୁରାଣୀ ପ୍ରାଙ୍ଗଣରେ ୫୬ ନମ୍ବର ୱାର୍ଡ କଟକ ନଗର କଂଗ୍ରେସର ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ଶରତ ପରିଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କଟକ ନଗର କଂଗ୍ରେସ କମିଟିର ସଭାପତି ସୁରେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୫୬ ନଂ ୱାର୍ଡ କଂଗ୍ରେସର ମୈାଳିକ ସମସ୍ୟା ଓ ତୃଣ ମୂଳରୁ କଂଗ୍ରେସ ସଂଗଠନ ଉପରେ ଆଲୋକପାତ କରି ସଂଗଠନ କିଭଳି ମଜବୁତ ହୋଇପାରିବ ତା’ ଉପରେ ଗୁୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସର୍ବସମ୍ମତି କ୍ରମେ ୱାର୍ଡର ସଭାପତି ଭାବେ ସାଗର ବେଉରାଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ସାମଲ, ବ୍ଲକ ସଭାପତି ବିପିନ ପଶାୟତ, ପର୍ଯ୍ୟବେକ୍ଷକ ସୁକାନ୍ତ ରାଉତ, ତ୍ରିଲୋଚନ ବେହେରା, ତନ୍ମୟ ପରିଜା, ବାମନ ନାୟକ, ବିଶ୍ୱନାଥ ଦାସ, କୃଷ୍ଣଚନ୍ଦ୍ର ସାହୁ, ଅଜୟ ନାୟକ, ପ୍ରକାଶ ପାଣି, ମାନସ ପରିଜା, ଶିଶିର ସାମଲ, ଅର୍ଜୁନ ସାମଲ, ବାଉରିବନ୍ଧୁ ପ୍ରଧାନ, ରମେଶ ମହାନ୍ତି, ମଳୟ ବିଶୋଇ, ବିଜନ ନାୟକ, ଆଲୋକ ବେହେରା, ପ୍ରତାପ ଦାସ, ଅକ୍ଷୟ ସାମଲ, ସୁରେନ୍ଦ୍ର ସାମଲ, ଭବାନୀ ଶଙ୍କର ମହାନ୍ତି ଓ ବବୁ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
