ଟ୍ରେନରେ କଟି ୨ ମୁତ
ବସ୍ତା : ବସ୍ତା ଥାନା ହଳଦୀପଦା ରେଳଷ୍ଟେସନ ନିକଟରେ ଡାଉନ ଲାଇନରେ ଜଣେ ଅଜଣା ଲୋକ (୩୫ବର୍ଷ)ର ମୃତ ଦେହକୁ ରେଳବାଇ ପୁଲିସ ଜବତ କରିଛି । ତେବେ ତା’ ନିକଟରେ ମିଳିଥିବା ଏକ ଆଧାର କାର୍ଡ ଅନୁଯାୟୀ ତାର ନାମ ଉମାକାନ୍ତ ବେହେରା ଘର ବସ୍ତା ଥାନା ସୋଲପଟା । ତଥାପି ପୁଲିସ ୟା ଭିତରେ ଯାଞ୍ଚ କରି ପ୍ରକୃତ ତଥ୍ୟ ଜାଣିବା ପାଇଁ ଉଦ୍ୟମ ଚଲାଇଛି ।
ସେହିପରି ରାଜଘାଟ ନିକଟରେ ଏକ ଅଜଣା ପୁରୁଷ ଲୋକ (୫୫ବର୍ଷ) ଅପଲାଇନ୍ରେ କଟିଛି ଓ ତାର ମୃତ ଦେହ ଜବତ କରାଯାଇଛି । ସେ ଧୋତି ପିନ୍ଧି ଥିବା ବେଳେ ଦାଢ଼ି ରଖିଥବାରୁ କେହି ସାଧୁ ପୁରୁଷ ବୋଲି ଅନୁମାନ କରାଯାଉଛି । ଏନେଇ ରେଳବାଇ ପୋଲିସ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି ।
