ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା ! କୋଭିଶିଲ୍ଡ ଓ କୋଭାକ୍ସିନ ବିକ୍ରି ନେଇ ବିଶେଷଜ୍ଞ କମିଟିର ସୁପାରିସ
ନୂଆଦିଲ୍ଲୀ: ଦେଶର ଡ୍ରଗ୍ସ ନିୟାମକର ବିଶେଷଜ୍ଞ କମିଟି କିଛି ସର୍ତ୍ତ ସହ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଖୋଲା ବଜାରରେ ବିକ୍ରି ପାଇଁ ମଞ୍ଜୁରି ପ୍ରଦାନ କରିବାକୁ ସୁପାରିସ୍ କରିଛନ୍ତି। ଦେଶରେ ଏହି ଦୁଇ ଟିକାକୁ ସମ୍ପ୍ରତି କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ଫାର୍ମା କମ୍ପାନୀ-ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏବଂ ଭାରତ ବାୟୋଟେକ୍ ଯଥାକ୍ରମେ ନିଜ ଟିକା – କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପାଇଁ ନିୟମିତ ବଜାର ବିପଣନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ରେ ଆବେଦନ କରିଥିଲେ |
ଆଉ ଅଳ୍ପ ଦିନ ମଧ୍ୟରେ ଖୋଲା ବଜାର ତଥା ଦେଶର ମେଡିସିନ ଷ୍ଟୋର ଗୁଡିକରେ ବିକ୍ରି ହେବ କରୋନା ଟୀକା। ଆଉ ହାତ ପାଆନ୍ତାରେ ଆମକୁ ସହଜରେ ମିଳିବ କରୋନା ଟୀକା। କାରଣ ଖୋଲା ବଜାରରେ କରୋନା ଟିକା ବିକ୍ରି କରିବା ପାଇଁ ବାଟ ଫିଟିଛି। କେବଳ କୋଭାକ୍ସିନ୍ ଓ କୋଭାସିଲ୍ଡ ଟୀକା ହିଁ ବଜାରରେ ମିଳିବ। ଏହି ଟୀକା ଗୁଡିକୁ ବଜାରରେ ବିକ୍ରି କରିବା ପାଇଁ ଅନୁମତି ଦେଇଛି ଭାରତର ସେଂଟ୍ରାଲ ଡ୍ରଗ୍ ଅଥୋରିଟିର ବିଶେଷଜ୍ଞ କମିଟି । ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅଥରିଟି ଅଫ୍ ଇଣ୍ଡିଆ ଏ ନେଇ ଡିଜିସିଆଇକୁ ସୁପାରିସ୍ କରିଛି। ସୂଚନା ଥାଉ ଯେ, ବର୍ତ୍ତମାନ କୋଭାକ୍ସିନ୍ ଓ କୋଭିସିଲ୍ଡ କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।
