ସୀମା ବିବାଦକୁ ନେଇ ଉର୍ତେଜନା : ୪୮ ଘଣ୍ଟିଆ ୧୪୪ ଧାରା ଜାରି
କେନ୍ଦୁଝର : ସୀମା ବିବାଦରୁ ତୁମୁଳ କାଣ୍ଡ ପରେ ୧୪୪ ଧାରି ଜାରି । ଦୁଇ ପଡୋଶୀ ଗାଁ ଭିତରେ ସଂଘର୍ଷରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଥିସହ ୨ଟି କାର, ୧୦ଟି ବାଇକ୍ ସହ ୨୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଛି । କେନ୍ଦୁଝର ଜିଲ୍ଲାର ସୀମାନ୍ତ ଗାଁ ଓରାଳି ଓ ଭଦ୍ରକ ଜିଲ୍ଲାର ସୀମାନ୍ତ ଗାଁ ଆପଣ୍ଡା ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିଲା । ହେଲେ ଶନିବାର ସଂଘର୍ଷ ଉଗ୍ର ରୂପ ଧାରଣ କରିଥିଲା । ୫୩ ନମ୍ବର ରାଜ୍ୟ ରାଜପଥର ଓରାଳି ଛକ ନିକଟରେ ଓରାଳି ଗାଁର ସୂଚନା ଫଳକ ଲାଗିଥିବା ବେଳେ, ଏହି ଛକଟି ଭଦ୍ରକ ଜିଲ୍ଲାର ଓ ଆପଣ୍ଡା ଗାଁର ବୋଲି ଦାବି କରି ଆପଣ୍ଡା ଗ୍ରାମବାସୀ ଅନ୍ୟ ଏକ ସୂଚନା ଫଳକ ଲଗାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା । ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳରେ ଓରାଳି ସରପଂଚଙ୍କ କାର୍ ସହ ତାଙ୍କ ଘର ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆପଣ୍ଡା ଗାଁର ଅଧିକାଂଶ ଦୋକାନୀଙ୍କ ଦୋକାନ ଜାଳି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାକୁ ନେଇ ରବିବାର କେନ୍ଦୁଝର ଜିଲ୍ଲାର ଓରାଳି- ଶାଳଣିଆ ରାସ୍ତାକୁ ଆପଣ୍ଡା ଗ୍ରାମବାସୀ ବନ୍ଦ କରି ରଖିଥିଲେ । ଭଦ୍ରକ ପୋଲିସ୍ ଘଟଣାସ୍ଥଳରେ ପହଂଚି ସ୍ଥିତି ଉପରେ ନଜର ରଖିଛି ।
