କ୍ରୁଜ୍ ଡ୍ରଗ୍ସ ମାମଲା: ଆର୍ଯ୍ୟନ୍ଙ୍କୁ ବେଲ୍ ନା ଜେଲ୍ ଆଜି ହେବ ଶୁଣାଣି
ମୁମ୍ବାଇ : ମୁମ୍ୱାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ବଲିଉଡ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ରେ ଉପରେ ଆଜି ରାୟ ଶୁଣାଇବେ ମୁମ୍ବାଇର ସ୍ପେଶାଲ୍ ଏନଡିପିଏସ୍ କୋର୍ଟ । ତାଙ୍କୁ ବେଲ୍ ମିଳିବ କି ଜେଲ୍ ହେବ ସେନେଇ ଆସିବ ରାୟ । ଗତ ୧୪ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।
ମୁମ୍ୱାଇର କୋର୍ଡେଲିଆ ଜାହାଜରେ ଡ୍ରଗ୍ସ ପାର୍ଟିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରରୋ ଚଢ଼ାଉ ବେଳେ ଧରାପଡ଼ିଥିଲେ ଆର୍ଯ୍ୟନ ଖାନ । ଗତ ୨ ତାରିଖରେ ତାଙ୍କ ସହ ଅନ୍ୟ ୮ ଜଣଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ପରେ ଆଉ କିଛି ଅଭିଯୁକ୍ତଙ୍କୁ ବି ଗିରଫ କରିଥିଲା ଏନସିବି । ଆର୍ଯ୍ୟନଙ୍କୁ ଏହି କେସରେ ରିମାଣ୍ଡରେ ନେଇ ଜେରା ବି ହୋଇଛି । ଅକ୍ଟୋବର ୭ ତାରିଖରେ ଜୁନିୟର କିଙ୍ଗ ଖାନଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଆର୍ଯ୍ୟନ୍ ଖାନ୍ ବର୍ତ୍ତମାନ ଆର୍ଥର୍ ରୋଡ୍ ଜେଲ୍ରେ ଅଛନ୍ତି। ଆର୍ୟନଙ୍କ ବେଲ୍ ଆବେଦନକୁ ୧୪ ତାରିଖ ଶୁଣାଣି ବେଳେ ବିରୋଧ କରିଥିଲା ଏନସିବି । ସେ ଜାମିନରେ ଗଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିବା ଆଶଙ୍କା ଥିବା ଯୁକ୍ତି ବାଢ଼ିଥିଲା ଏନସିବି ।
