୧୯ରୁ ରାଜ୍ୟରେ ପୁଣି ଦିଆଯିବ କୋଭିଡ ଟିକା
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି ଦିଆଯିବ କୋଭିଡ ଟିକା । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ହେବ ।କୋଭିଡ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସୀଲଡ଼ ଭ୍ୟାକସିନ। ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ନେଇପାରିବେ ଟିକା। ସୋମବାର ଟ୍ଵିଟ୍ ଜରିଆରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନା ଯେ, ଗତ ୨୦୨୦ରେ ମହାମାରୀ କରୋନାର ମୁକାବିଲା ପାଇଁ ଅନେକ ଟିକା ପ୍ରସ୍ତୁତ ହୋଇଥିଲା। ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଏବଂ ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇଥିଲା। ଦେଶର ଅଧିକାଂଶ ଜନତା ଟିକାକରଣ ଅଭିଯାନରେ ସାମିଲ୍ ହୋଇ ଟିକା ନେଇଥିଲେ। ତେବେ କରୋନା ସଂକ୍ରମଣ କମିବା ପରେ ଟିକାକରଣ ଅଭିଯାନ ବନ୍ଦ କରାଯାଇଥିଲା। ତେବେ ପୁଣି ଥରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି।
