ଆଜିଠାରୁ କୋଭିଡ୍ ଟିକାକରଣ ; କଟକ ସହର ପାଇଁ ୩ଟି କେନ୍ଦ୍ର
କଟକ : ରାଜ୍ୟ ସରକାରଙ୍କ ନିଷ୍ପତି ମୁତାବକ ଆସନ୍ତା କାଲିଠାରୁ କୋଭିଡ୍ ଟିକାକରଣ ଆରମ୍ଭ ହେବ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଏହି ଟିକା ଉପଲବ୍ଧ ହେବ । ଟିକାକରଣ ଅଭିଯାନରେ କୋଭିସିଲ୍ଡ ଟିକା ଦିଆଯିବ । ତେବେ ଏହି ଟିକା କେବଳ ଦ୍ୱିତୀୟ ଏବଂ ପ୍ରିକସନ୍ ବା ବୁଷ୍ଟର ଡୋଜ୍ ନେଇ ନଥିବା ଲୋକ ନେଇପାରିବେ । ଅନଲାଇନରେ ବୁକିଂ କରିଥିବା ଲୋକମାନେ ୩ଟି କେନ୍ଦ୍ରରେ ଏହି ଟିକା ନେଇପାରିବେ । ୧୯ ଓ ୨୦ ତାରିଖ ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି ଟିକାକରଣ କରାଯିବ । ମର୍କତନଗରସ୍ôଥିତ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସିଟି ହସ୍ପିଟାଲ ଏବଂ ଏସସିବି ମେଡିକାଲ କଲେଜ ଓ ହାସପାତାଳରେ କୋଭିଡ ଟିକାକରଣ କେନ୍ଦ୍ର ଖୋଲାଯାଇଛି ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।
