ବନ୍ଦ କୋଠରୀରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ନିରୁଣ୍ଡି ଗ୍ରାମରେ ଅଭାବନୀୟ ଘଟଣା । ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ବନ୍ଦ କୋଠରୀରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ ।
ସୂଚନା ଯେ, ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ନିରୁଣ୍ଡି ଗ୍ରାମର ଏକ ବନ୍ଦ କୋଠରୀ ଭିତରେ ଝୁଲୁଥିଲା ପ୍ରେମୀଯୁଗଳଙ୍କ ମୃତଦେହ । ଗୋଟିଏ ରଶିରେ ପ୍ରେମୀଯୁଗଳ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।
