୧୩, ୮୫,୦୦୦ ଟଙ୍କାର ନକଲି ନୋଟ ଜବତ, ୬ ଗିରଫ
ସମ୍ବଲପୁର : ସମ୍ବଲପୁର ପୋଲିସ୍ ହାତରେ ନକଲି ଟଙ୍କା ତିଆରି କରୁଥିବା ଏକ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ୍। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲା ଭଟଲି ଗୋପାଳପୁରର ସାଗର ସାହୁ (୨୬) ଓ ଅଶୋକ ସାହୁ (୨୭), ଅମ୍ବାଭୋନାର କୁମ୍ବୋ ଓ କାଶୀପାଲି ଗାଁର ଶିବଶଙ୍କର ବଣିଆ (୩୦) ଓ ଗୁଣନିଧି ଭୋଇ (୩୮), ରାୟଗଡ଼ ଅଞ୍ଚଳର ସତ୍ୟନାରାୟଣ ନିରଳ (୨୬) ଓ ଅଭିରାମ ଝାଙ୍ଗଡ଼େ (୪୮)।
ସେମାନଙ୍କ ଠାରୁ ୧୩, ୮୫,୦୦୦ ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଏଥିରେ ୬୦୦ଟି ୨୦୦୦ ଟଙ୍କିଆ, ୪୪ଟି ୧୦୦ ଟଙ୍କିଆ, ୩୬୨ଟି ୫୦୦ ଟଙ୍କିଆ ଏବଂ ଗୋଟିଏ ୨୦୦ ଟଙ୍କିଆ ନୋଟ୍ ଥିବା ଜଣାଯାଇଛି। ସେହିପରି ନକଲି ନୋଟ୍ ଛାପୁଥିବା ମେସିନ୍, ନକଲି ଷ୍ଟାମ୍ପ, ରଙ୍ଗ ଓ କାଗଜ ସହିତ ମୋବାଇଲ୍ ଆଦି ସାମଗ୍ରୀ ଜବତ କରାଯାଇଥିବାର ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
