କରୋନା ଟିକା ନେବା ପାଇଁ ମୁସଲମାନଙ୍କୁ ସଚେତନ କରିବେ ସଲମାନ
ମୁମ୍ବାଇ : ଟିକାକରଣ ପାଇଁ ରାଜି ହେଉ ନ ଥିବା ଲୋକଙ୍କୁ ବୁଝାଇବା ପାଇଁ ମହାରାଷ୍ଟ୍ର ସରକାର ଅଭିନେତା ସଲମାନ ଖାନଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ରାଜ୍ୟରେ ବିଶେଷ ଭାବେ ରକ୍ଷଣପନ୍ଥୀ ମୁସଲମାନମାନେ କରୋନା ଟିକା ନେଉନାହାନ୍ତି। କିଛି ସାମ୍ପ୍ରଦାୟିକ ଶକ୍ତି ଟିକାକରଣକୁ ରାଜନୈତିକ ରୂପ ଦେଉଛନ୍ତି। ଏହାର ପ୍ରତିକାର ସହ ସମସ୍ତଙ୍କୁ ଟିକାକରଣ ପାଇଁ ରାଜି କରାଇବାକୁ ସରକାର ସଲମାନଙ୍କୁ ଦାୟିତ୍ବ ଦେଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ।
ଏଥିପାଇଁ ସଲମାନ ମୁସଲମମାନ ବହୁଳ ଅଞ୍ଚଳରେ ବୁଲି ସଚେତନ କରିବେ। ଏତଦ୍ ବ୍ୟତୀତ କିଛି ଧର୍ମଗୁରୁଙ୍କର ସହାୟତା ମଧ୍ୟ ନିଆଯିବ ବୋଲି ସେ କହିଛନ୍ତି। ଧର୍ମଗୁରୁ ଓ ଅଭିନେତାମାନେ ଲୋକଙ୍କୁ ଆକୃଷ୍ଟ କରନ୍ତି। ସେମାନଙ୍କ କଥା ରଖି ଲୋକେ ଟିକା ନେବାକୁ ଆଗେଇ ଆସିବେ ବୋଲି ସରକାର ଆଶା ରଖିଛନ୍ତି।
