ଦେଶରେ ଉପରମୁହାଁ କରୋନା ମିଟର ! ଆଉ ୧୮୨୫୭ ସଂକ୍ରମିତ ଓ ୪୨ ମୃତ
ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା ମିଟର ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଭାରତରେ ଦିନକରେ କୋଭିଡ-୧୯ର ୧୮,୨୫୭ ନୂଆ ମାମଲା ରିପୋର୍ଟ ହୋଇଛି । ଏଥି ସହିତ ମୋଟ ମାମଲା ୪,୩୬,୨୨,୬୫୧କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୨୮,୬୯୦ରେ ପହଞ୍ଚିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରବିବାର ସକାଳ ୮ ଟା ପର୍ଯ୍ୟନ୍ତ ଅଦ୍ୟତନ ତଥ୍ୟ ଅନୁଯାୟୀ ୪୨ ଜଣ ରୋଗୀଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୪୨୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୩,୬୬୨ ମାମଲା ପଞ୍ଜିକୃତ ହୋଇଛି। ଚିକିତ୍ସାଧୀନ ତଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୩୦ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୫୦ ପ୍ରତିଶତ ଅଟେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୪.୨୨ ପ୍ରତିଶତ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୪.୦୮ ପ୍ରତିଶତ ରହିଛି। ଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୪,୨୯,୬୮,୫୩୩ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୨୦ ପ୍ରତିଶତ ରହିଛି। ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୮.୭୬ କୋଟି ଡୋଜ ଦିଆଯାଇଛି।
