ଡେଲଟା ଭାରିଆଣ୍ଟ ପାଇଁ ଇସ୍ରାଏଲ, ଅଷ୍ଟ୍ରେଲିଆ ଏବଂ ଫିଜିରେ ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ : ‘ଅନଲକ୍’ ପରେ କିଛି ଦେଶ ମାସ୍କ ମୁକ୍ତ ହେବା ସେମାନଙ୍କ ପାଇଁ ସାବ୍ୟସ୍ତ ହୋଇଛି ମହଙ୍ଗା । ମାସ୍କ ମୁକ୍ତ ହେବା ଦ୍ୱାରା ଏବେ ବିଭିନ୍ନ ଦେଶରେ ପୁଣି ଦେଖାଦେଇଛି ମହାମାରୀରର ଆତଙ୍କ । ଏସଏଆରଏସ-ସିଓଭି-୨ ଭୂତାଣୁର ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ଏଠାରେ ବିପଦ ବଢାଇଛି । ଫଳରେ ପୁଣି ଥରେ ଇସ୍ରାଏଲ୍, ଅଷ୍ଟ୍ରେଲିଆ ଏବଂ ଫିଜିରେ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି କିଲର ଭାଇରସ । ପରିସ୍ଥିତି ଏପରି ହୋଇଛି ଯେ, ୩ ଦେଶ ବର୍ତ୍ତମାନ ଲୋକଙ୍କୁ ଦରକାର ନଥିଲେ ଏବେ ଘରୁ ବାହାରିବାକୁ ମନା କରାଯାଇଛି । ଏହାସହ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହୋଇଛନ୍ତି । ବିଶ୍ୱର ସବୁଠାରୁ ସଫଳ ଟିକାକରଣ ଅଭିଯାନ ଦ୍ୱାରା କରୋନା ବିପଦକୁ ହରାଇଥିଲା ଇସ୍ରାଏଲ୍ । ଫଳରେ ଜୁନ୍ ୧୮ ରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ଉପରୁ ହଟିଥିଲା କଟକଣା । ହେଲେ ଏବେ ପୁଣି ଦେଖେଦେଇଛି ବିପଦ । ଅର୍ଥା ପୁଣିଥରେ ଫେରିଛି ସେହି କୋଭିଡ ଭୟ । ଏଠାରେ ଏବେ ଦୈନିକ ମାମଲା ପୁଣି ଥରେ ଶହେ ଅତିକ୍ରମ କରିବାକୁ ଲାଗିଲାଣି । ମହାମାରୀ ରୋକିବା ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସ ସ୍ପଷ୍ଟ କରିଛି ଯେ, ମହାମାରୀ ଫେରିବା ଡେଇଁବା ପାଇଁ ଡେଲ୍ଟା ଭାରିଆଣ୍ଟ ଦାୟୀ । ଅନ୍ୟ ଦେଶରେ ଏହି ପ୍ରକାରର କାରଣ ଦେଖାଦେଇଛି । ଫଳରେ ବିପଦକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୁଣିଥରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି ।
୨୨ ଫେବୃଆରୀରେ କୋଭିଡ ଟୀକାକରଣ ଆରମ୍ଭ ହେବା ପରେ, ଦୈନିକ ଆସୁଥିବା ନୂତନ ରୋଗ ସଂଖ୍ୟା ୧୦ ପ୍ରତିଶତକୁ ହ୍ରାସ ପାଇଥିଲା । ଫଳସ୍ୱରୂପ ଭିକ୍ଟୋରିଆ ଏବଂ ନ୍ୟୁ ସାଉଥ ୱେଲ୍ସର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା କଟକଣା ହଟାଯାଇଥିଲା । ହେଲେ ଏବେ ଡେଲଟା ଭାରିଆଣ୍ଟ ଦେଖାଯିବା ପରେ ଅଷ୍ଟ୍ରେଲିଆରେ ସମସ୍ୟା ପୁଣି ଥରେ ବୃଦ୍ଧି ପାଇଛି । ଦୈନିକ ପ୍ରଭାବିତ ରୋଗୀଙ୍କ ସଂଖ୍ୟା ୬୦ ରୁ ଅଧିକ ହେବାରୁ ସିଡନୀ ପରି ସହରରେ ଲୋକଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ଘରୁ ନବାହାରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଫିଜିରେ ଏପ୍ରିଲରେ, କ୍ରମାଗତ ଏକ ବର୍ଷ ପାଇଁ କରୋନା ବିସ୍ତାର ହେବାର କୌଣସି ମାମଲା ରିପୋର୍ଟ ନକରିବାର ଏକ ରେକର୍ଡ ସୃଷ୍ଟି କରିଥିଲା । ଅବଶ୍ୟ, ଡେଲଟା ଏବଂ ଡେଲଟା ପ୍ଲସ୍ ପ୍ରକାରର ଆଗମନ ସହିତ ଏହି ଦେଶରେ କରୋନା ଭୂତାଣୁ କାୟା ବିସ୍ତାର ହେବାରେ ଲାଗିଛି । ତେଣୁ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ ନକରିବା, ରାତ୍ରି କର୍ଫ୍ୟୁ ସହ ଜଡିତ ନିୟମ ଭାଙ୍ଗିବା ଏବଂ ଭିଡ଼ ଜମାଇବା ଲୋକଙ୍କ ଉପରେ ସରକାର କଠୋର ଜୋରିମାନା ଲଗାଇବାକୁ ବ୍ୟବସ୍ଥା କରିଛନ୍ତି ।
