ରାହୁଲ ଗାନ୍ଧିଙ୍କ ଟୁଇଟକୁ ନେଇ ବଢୁଛି ବିବାଦ
ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ଟୁଇଟ ‘ଭାରତ ଗୁରଜୁରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ’ କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟ ବିଜେପି ଅଧ୍ୟକ୍ଷ ଭାବେଶ କାଲିତା ଓ ମନ୍ତ୍ରୀ ପିୟୁଶ ହଜାରିକାଙ୍କ ସହିତ ଆଲୋଚନା ପରେ ବିଜେପିର ଯୁବମାର୍ଚ୍ଚା ରାହୁଲ ଗାନ୍ଧିଙ୍କ ବିରୋଧରେ ୧,୫୦୦ଟି ଅଭିଯୋଗ ଦାଖଲ କରିଛି ।
ଭାରତୀୟ ଯୁବମୋର୍ଚ୍ଚା ଦାବି କରିଛି ଏହି ଅଭିଯୋଗ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଦାଖଲ କରିଛନ୍ତି। ଭାରତୀୟ ଯୁବମୋର୍ଚ୍ଚା କହିଛି ରାହୁଲ ଗାନ୍ଧି ଭାରତକୁ କଶ୍ମୀରରୁ କେରଳ ଓ ଗୁଜୁରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଅଛି ବୋଲି କହିଛନ୍ତି । କିନ୍ତୁ ସେ ପୂର୍ବ ଭାଗକୁ ଭାରତର ଅଂଶ ବୋଲି କହିନାହାନ୍ତି । ରାହୁଲ ଗାନ୍ଧି ପରୋକ୍ଷ ଭାବେ ଚୀନକୁ ସମର୍ଥନ କରିଛନ୍ତି ବୋଲି ଅଭିଯୋଗ ହେଉଛି। ସୂଚନା ଯୋଗ୍ୟଯେ ଅରୁଣାଚଳପ୍ରଦେଶର କିଛି ଅଂଶକୁ ଚୀନ ନିଜର ବୋଲି ଦାବି କରୁଛି। ଭାରତୀୟ ଯୁବମୋର୍ଚ୍ଚା କହିଛି ରାହୁଲ ଗାନ୍ଧି ବିଛିନ୍ନତାବାଦି ମାନସିକତା ଦେଖାଉଛନ୍ତି।
