ଶିବସେନା ବିବାଦରେ ଉଦ୍ଧବ ଠାକରେ ଗୋଷ୍ଠିକୁ ବର୍ତମାନ ଆଶ୍ୱସ୍ତି ପ୍ରଦାନ କରିବାକୁ ସମ୍ବିଧାନ ଖଣ୍ଡପୀଠ ମନା କଲେ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ର ପାଂଚଜଣିଆ ସଦଶ୍ୟ ବିଶିଷ୍ଟ ଖଣ୍ଡପିଠ ମହାରାଷ୍ଟ୍ରର ଶିବସେନା ବିବାଦ ମାମଲାରେ ଉଦ୍ଧବ ଠାକରେ ଗୋଷ୍ଠିକୁ ବର୍ତମାନ ସୁଦ୍ଧା କୌଣସି ପ୍ରକାର ଆଶ୍ୱସ୍ତିି ଦେବାକୁ ମନା କରିଦେଇଛି । କୋର୍ଟ କହିଛନ୍ତି ଯେ ନବାମ ରେବିୟା ଫଇସାଲାରେ ତୁରନ୍ତ ସମୀକ୍ଷା କରିବେ ନାହିଁ । କୋର୍ଟ ନବାମ ରେବିୟା କେସର ସମୀକ୍ଷାକୁ ମାନି ନାହାନ୍ତି । କୋର୍ଟ ୨୦୧୬ ମସିହାର ୫ ଜଣିଆ ଖଣ୍ଡପୀଠର ଫଇସାଲାକୁ ୭ ଜଣଜଜ୍ ପାଖକୁ ପଠାଇବାକୁ ମନାକରି ଦେଇଛନ୍ତି । କୋର୍ଟ କହିଛନ୍ତି ଏହି ମାମଲାକୁ ସାତ ଜଣିଆ ଜଜ୍ଙ୍କ ପାଖକୁ ପଠାଯିବ କି ନାହିଁ ଏହାର ମେରିଟ ଉପରେ ଶୁଣାଣୀ ସମୟରେ ସ୍ଥିର ହେବ । କୋର୍ଟ ଶିବସେନା ବିବାଦର ମେରିଟ ମାମଲା ଉପରେ ୨୧ ଫେବୃଆରୀରେ ଶୁଣାଣୀ କରିବେ । କୋର୍ଟ ଗତ ୧୬ ଫେବୃଆରୀରେ ଏହି ଫଇସଲାକୁ ସୁରକ୍ଷିତ ରଖିଥିଲେ ।
