ନୀଳଗିରି ବିଜେଡିର ଜନସମ୍ପର୍କ ପଦଯାତ୍ରା ! ପ୍ରଗତି ଓ ଓଡ଼ିଆଙ୍କ ସ୍ବାଭିମାନର ମୂଳଲକ୍ଷ୍ୟ : ରବିନ୍ଦ୍ର ଜେନା
ନୀଳଗିରି : ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବୁଧୋବାର ନୀଳଗିରି ବିଜେଡିର ପକ୍ଷରୁ ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାରେ ନୀଳଗିରି ବସ୍ ଷ୍ଟାଣ୍ଡ ଛକ ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା ସହ ଜୟ ବିଜେଡି ଜୟ ନବୀନ ସ୍ଲୋଗାନ ଦେଇ ନୀଳଗିରି କେ.ସି.ହାଇସ୍କୁଲ ପଡ଼ିଆରେ ଠାରେ ପହଞ୍ଚିଥିଲା।


ମୁଖ୍ୟ ଅତିଥି ଭାବେ ବାଲେଶ୍ଵରର ପୂର୍ବତନ ସାଂସଦ ତଥା ବାଲେଶ୍ବର ବିଜେଡି ଜିଲ୍ଲା ସଭାପତି ଇଂ. ରବିନ୍ଦ୍ର କୁମାର ଜେନା ପ୍ରଦୀପ ପ୍ରଜ୍ବଳନ କରି ଜନସଂପର୍କ ସଭାର ଶୁଭ ଉଦ୍ଘାଟନ କରିଥିଲେ । ଓଡ଼ିଶାର ପ୍ରଗତି ଓ ଓଡ଼ିଆଙ୍କ ସ୍ଵାଭିମାନ ମୂଳଲକ୍ଷ୍ୟ ବୋଲି ଶ୍ରୀ ଜେନା ନିଜ ବକ୍ତବ୍ୟରେ ଶାଣିତ କରିଥିବା ବେଳେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଗତ ୩ବର୍ଷ ମଧ୍ୟରେ କୌଣସି ବିକାଶ ଚିତ୍ର ଦେଖିବାକୁ ମିଳି ନାହିଁ ବୋଲି କହିବା ସହ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା କିପରି ସାଧାରଣ ଲୋକଙ୍କ ଠାରେ ପହଞ୍ଚିବାର ଗୁରୁମନ୍ର ଆସିଥିବା ମହିଳା ଓ ଜନସାଧାରଣଙ୍କୁ ଅଭିଭାଷରରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବରୋଦା ପ୍ରସନ୍ନ ପଟ୍ଟନାୟକ, ରାଜ୍ୟ ବିଜେଡିର ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ମିଶ୍ର, ଔପଦା ବ୍ଲକ ଅଧ୍ୟକ୍ଷା ବି.ସି. ଦୀପିସା ପାତ୍ର, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଜିଲ୍ଲା ଯୁବ ସଭାପତି ତାପସ ପରିଡା, ଜିଲ୍ଲା ଛାତ୍ର ସଭାପତି ସିମନଦାସ ମହାପାତ୍ର , ନୀଳଗିରି ଅନୁସୂଚିତ ଜାତିର ସଭାପତି ଶରତ କୁମାର ଦାସ, ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ, ୧୧ନଂ ଜୋନର ଜିଲାପରିଷଦ ସଦସ୍ଯା ସୁବର୍ଣ୍ଣା ମଂଜରି ସିଂ, ୧୨ନଂ ଜୋନର ରଞ୍ଜୀତା ସିଂ, ସୁଭେନ୍ଦୁ ଜେନା, ଉଦୟଜ୍ଯତୀ ମାହାନ୍ତି, ରଜନୀ ମାହାନ୍ତି, ଶିଶିର ରାଉତ, ରବିନ୍ଦ୍ର ପରିଡ଼ା, ମହେନ୍ଦ୍ର ବେହେରା, ବିଜୟ ଲେଙ୍କା, ଅଶୋକ ପ୍ରଧାନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପଦଯାତ୍ରାରେ ସାତ ହଜାର ରୁ ଉର୍ଦ୍ଧ୍ବ ଜନ ସାଧାରଣ ଯୋଗଦେଇଥିଲେ । ଜନସଂପର୍କ ପଦଯାତ୍ରା ସମାବେଶର ମଝିରେ ମଝିରେର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା ।
