ଏସ୍ସି, ଏସ୍ଟି ପ୍ରାର୍ଥୀଙ୍କ ପଦବୀ ପୂରଣ ଓ ସ୍ଥାୟୀ ନିଯୁକ୍ତିରେ ସଂରକ୍ଷଣ ନିମୟକୁ କାର୍ଯ୍ୟକାରୀ କରିବା ନେଇ କଲ୍ୟାଣ ସଚିବଙ୍କୁ ଭେଟିଲା କଂଗ୍ରେସ୍
ଭୁବନେଶର : ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଖାଲି ପଡ଼ିଥିବା ପଦବୀ ସଂରକ୍ଷଣ ନୟିମ ଅନୁଯାୟୀ ତୁରନ୍ତ ପଣ କରିବା ପାଇଁ ରାଜ୍ୟ ସରକାରଙ୍କ କଲ୍ୟାଣ ବିଭାଗ ସଚିବଙ୍କୁ ଭେଟି ଦାବି ରଖିଲେ କଂଗ୍ରେସ ଜନଜାତି ବିଭାଗର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଭୁଜବଳ ମାଝି ଓ ଅନୁସୂଚିତ ଜାତି ବିଭାଗ ଅଧକ୍ଷ ବାଙ୍କନିଧ ବେହେରା। ପ୍ରକାଶ ଥାଉକି ରାଜ୍ୟ ସରକାର ନିକଟରେ ଠିକା ନିଯୁକ୍ତି ବାତିଲ କରି ୫୭ ହଜାର ଠିକା କମର୍ଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଠିକା ନିଯୁକ୍ତି ସମୟରେ ସଂରକ୍ଷଣ ନିୟମକୁ ଠିକ୍ ଭାବରେ ପାଳନ କରାଯାଇନାହିଁ ଏବଂ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବହୁ ସରକାରୀ ପଦବୀ ଖାଲି ପଡ଼ିଥିବା ବେଳେ ମଧ୍ୟ ଦୀର୍ଘ ଦିନ ହେବ ସରକାର ଅବହେଳା ପ୍ରଦର୍ଶନ କରିଆସିଛନ୍ତି। ଆଜି ପର୍ଯ୍ୟନ୍ତ ତାହା ପୂରଣ କରାଯାଇନାହିଁ।
୫୭ ହଜାର ବାଦ୍ ଦେଇ ମଧ୍ୟ ରାଜ୍ୟରେ ଆହୁରି ଅନେକ ବିଭାଗର ଠିକା କର୍ମଚାରୀ ଏବେବି ସୁଦ୍ଧା କାର୍ଯ୍ୟରତ। ସେମାନଙ୍କ ସଂଖ୍ୟାପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ହେବ। ଜାତୀୟ ସ୍ଵାସ୍ଥ୍ୟ ମିଶନରେ ପ୍ରାୟ ୧୦ ହଜାର, ପ୍ରାଥମିକ ସ୍କୁଲରେ ଜୁନିଅର ଶିକ୍ଷକ ଭାବେ ୧୩ ହଜାର, ଓସେପାରେ ୬ ହଜାର, ୨୦୨୦ ମସିହାରେ ନୂଆ ପଲିସି ଅନୁଯାୟୀ ଶିକ୍ଷକ ଓ ଅଧ୍ୟାପକ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟରତ। ଏମାନଙ୍କ କଥାକୁ ବିଚାରକୁ ନେଇ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି କରି ସଂରକ୍ଷଣ ଅନୁଯାୟୀ ପଦବୀ ପୂରଣ କରାଯିବା ପାଇଁ ଶ୍ରୀଯୁକ୍ତ ମାଝୀ ଓ ଶ୍ରୀଯୁକ୍ତ ବେହେରା କଲ୍ୟାଣ ସଚିବଙ୍କ ନିକଟରେ ଦାବି ରଖିଥିଲେ।
