ନୂଆଁଖାଇ ଉପଲକ୍ଷେ କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଫଳରେ ଚଳଚଞ୍ଚଳ ହୋଇ ପଡିଛି ପଶ୍ଚିମ ଓଡିଶା। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ମା’ସମଲେଇଙ୍କ ନିକଟରେ ଲାଗି ହେବ ନବାନ୍ନ। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି ନୂଆଁଖାଇ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନୂଆଁଖାଇ ପର୍ବର ପବିତ୍ର ଅବସରରେ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ପ୍ରଗତି କାମନା କରୁଛି ।
— Amit Shah (@AmitShah) September 11, 2021
ନୂଆଁଖାଇ ଜୁହାର୍ pic.twitter.com/z17yrsQd7r
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନୂଆଁଖାଇ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ନୂଆଁଖାଇ ପର୍ବ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏଇ ପବିତ୍ର ଦିବସ ପ୍ରତ୍ୟେକଙ୍କୁ ସମୃଦ୍ଧି ଓ ସୁସ୍ବାସ୍ଥ୍ୟ ପ୍ରଦାନ କରୁ। ନୂଆଁଖାଇ ଜୁହାର।
ନୂଆଁଖାଇ ଜୁହାର୍ #NuakhaiJuhar ?? pic.twitter.com/Xxt1mpZksO
— Dharmendra Pradhan (@dpradhanbjp) September 11, 2021
ନୂଆଁଖାଇ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭ କାମନା ଜଣାଇଛନ୍ତି। ଏଥିରେ ସେ ନୂଆଁଖାଇ ଜୁହାର୍ ବୋଲି କହିବା ସହ ସମସ୍ତଙ୍କର ସୁଖ-ସମୃଦ୍ଧି କାମନା କରିଛନ୍ତି।
