କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
କେନ୍ଦୁଝର : କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ମଙ୍ଗଳବାର ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି । ସଭାପତି ନିର୍ବାଚନ ସରିବା ପରେ ଏବେ ଉପସଭାପତି ଆସନ ପାଇଁ ନିର୍ବାଚନ ହେବ । ଏଥିପାଇଁ ଆଶାୟୀମାନେ ଆସନ ଅକ୍ତିଆର କରିବାକୁ ଲବି କରୁଛନ୍ତି । ସୂଚନାନୁଯାୟୀ, ଆସନ୍ତା ନଭେମ୍ୱର ୯ ତାରିଖରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ନିର୍ବାଚନ ହେବ । ଏଥିପାଇଁ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ନିର୍ବାଚନ ଅଧିକାରୀ ଅଜୟ କୁମାର ସେଠି ଏନେଇ ସୂଚନା ଦେଇଛନ୍ତି । ତେବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ ୧୫ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ସମସ୍ତ ଆସନରେ ବିଜେଡି ସମର୍ôଥତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ।
