ହୋମ ଯଜ୍ଞ କରି ସ୍ୱଧର୍ମକୁ ଫେରିଲେ ପରିବାରର ୧୨ ସଦସ୍ୟ
କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ପଂଚାୟତ ହରିବେଡା ଗ୍ରାମର ଏକ ଆଦିବାସୀ ପରିବାରର ୧୨ ସଦସ୍ୟ ଖ୍ରୀଷ୍ଟଧର୍ମ ଛାଡି ସ୍ୱଧର୍ମକୁ ପ୍ରତ୍ୟାବର୍ତନ କରିଛନ୍ତି । ଏନେଇ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗ୍ରାମର ଦୁର୍ଗା ଗାଗରାଇଙ୍କ ପରିବାରର ୧୨ ସଦସ୍ୟ ହୋମ ଯଜ୍ଞ କରି ସ୍ୱଧର୍ମକୁ ପ୍ରତ୍ୟାବର୍ତନ କରିଛନ୍ତି । ଏଥିରେ ବଜରଙ୍ଗ ଦଳର ପୂର୍ବ ପ୍ରାନ୍ତଃ ପ୍ରମୁଖ ଅକ୍ଷୟ ସାହୁ, କେନ୍ଦୁଝର (ଘଷିପୁରା), ସଂଗଠନ ମିଳନ କେନ୍ଦ୍ରର ପ୍ରମୁଖ ତୃପ୍ତି ରଂଜନ ସାହୁ, ବିଶ୍ୱହିନ୍ଦୁ ପରିଷଦର ଜିଲା ସଭାପତି ମଙ୍ଗଳୁରାମ ମହାନ୍ତ, ବିଭାଗ ସମ୍ପାଦକ ମଧୁସୂଦନ ଦାସ, ସହସମ୍ପାଦକ କମଳାକାନ୍ତ ନାୟକ, ମଠ ମନ୍ଦିର ପ୍ରମୁଖ ଲାଲ ମୋହନ ମହାନ୍ତଙ୍କ ସମେତ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତା ଉପସ୍ଥିତ ଥିଲେ । ୬ ମାସ ତଳେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଦୁର୍ଗା କୁହନ୍ତି, ସ୍ୱଇଚ୍ଛାରେ ପୁଣି ହିନ୍ଦୁଧର୍ମକୁ ପ୍ରତ୍ୟାବର୍ତନ କରିଥିବା କହିଛନ୍ତି ।
