ଜିଲ୍ଲା କାର୍ଯ୍ୟାଳୟର ଦୁଇଜଣ ବରିଷ୍ଠ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା
ଯାଜପୁର : ଜିଲ୍ଲା କାର୍ଯ୍ୟାଳୟର ଦୁଇଜଣ ବରିଷ୍ଠ କର୍ମଚାରୀ ଆଜି ଅବସର ନେଉଥିବାରୁ ସେମାନଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଦିଆଯାଇ ସେମାନଙ୍କର ସୁସ୍ଥ, ନିରାମୟ ଏବଂ ଦୀର୍ଘାୟୁ ଜୀବନଯାପନ କାମନା କରାଯାଇଚ୍ଥି । ଯାଜପୁର ଜିଲ୍ଲା କାର୍ଯ୍ୟାଳର ଷ୍ଟାଫ୍ କମିଟି ଆନୁକୂଲ୍ୟରେ ଅତିରିକ୍ତି ଜିଲ୍ଳାପାଳ(ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ବିଦାୟୀ କର୍ମଚାରୀଦ୍ୱୟ ଗଙ୍ଗାଧର ଜେନା ଓ ଅଜିତ୍ କୁମାର ସାମଲ, ବରିଷ୍ଠ ରାଜସ୍ୱ ସହାୟକଙ୍କ ବିଦୟାକାଳୀନ ସମ୍ୱର୍ଦ୍ଧନା ସଭାରେ ଉପଜିଲ୍ଲାପାଳ ଗୋପିନାଥ କୁଅଁର, କଲେକ୍ଟୋରେଟ୍ ଷ୍ଟାପ କମିଟିର ସାଧାରଣ ସମ୍ପାଦକ ମଦନ ମୋହନ ପତି ଏବଂ ବିଭାଗୀୟ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକମାନେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ଡଃ ମହାନ୍ତ କହିଲେ ଯେ, ପ୍ରତ୍ୟେକ ସରକାରୀ କର୍ମଚାରୀ ସେମାନଙ୍କର ଧାର୍ଯ୍ୟ ଚାକିରୀ ଅବଧି ସରିଗଲାପରେ ସେମାନେ ଅବସର ଗ୍ରହଣ କରିଥାନ୍ତି । ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ଅମାୟିକ ବ୍ୟବହାର ଅନ୍ୟ କର୍ମଚାରୀ ମାନଙ୍କୁ ଦିଗ୍ଦର୍ଶନ ଦେବା ସହ ଅବସର ପରେ ମଧ୍ୟ ସେମାନଙ୍କର ଆଚାର ଉଚ୍ଚାରଣ ପରିବାର ଲୋକଙ୍କୁ ସଠିକ ମାର୍ଗରେ ପରିଚାଳିତ କରିବାରେ ସହାୟକ ହେବା ସହ ପରିବାର ଏବଂ ସମାଜ ସେମାନଙ୍କ ପାଇଁ ମଧ୍ୟ ଆନନ୍ଦ ଉଲ୍ଳାସରେ ବଞ୍ଚିବାର ଏକ ସୁଗମ ସରଳ ପଥ ଆବିଷ୍କାର କରିଥାନ୍ତି ବୋଲି ସେ କହିଥିଲେ । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଅବସର ବିଦାୟି କର୍ମଚାରୀଦ୍ୱୟ ଶ୍ରୀ ଜେନା ଓ ଶ୍ରୀ ସାମଲଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଚ୍ଥ ପ୍ରଦାନ ପୂର୍ବକ ମା’ ବିରଜାଙ୍କ ନିକଟରେ ଅବସର ଚଲାପଥ କୁସୁମିତ ହେଉ ବୋଲି କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ , ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର କାନୁନ୍ଗୋ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
