ତାଲିବାନ ନେତାଙ୍କ ମଧ୍ୟରେ ବିବାଦ ଆରମ୍ଭ
A few members of the Taliban delegation head to attend the opening session of the peace talks between the Afghan government and the Taliban in Doha, Qatar, Saturday, Sept. 12, 2020. (AP Photo/Hussein Sayed)
କାବୁଲ: ଆଫଗାନିସ୍ତାନରେ କାମଚଳା ସରକାର ଗଠନ ପରେ କାବୁଲର ରାଷ୍ଟ୍ରପତି ଭବନରେ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ତାଲିବାନର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳର ସମର୍ଥକମାନେ ରାଷ୍ଟ୍ରପତି ଭବନରେ ବିବାଦ ସୃଷ୍ଟି କରିଥିବା ନେଇ ସୂଚନା ମିଳିଛି। ତାଲିବାନର ସହ-ପ୍ରତିଷ୍ଠାତା ତଥା ଉପମୁଖ୍ୟମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ମତ ବିପକ୍ଷ ଦଳ ସହ ମିଶୁନଥିବାରୁ ଏଭଳି ବିବାଦ ଦେଖାଦେଇଛି।
ବିସିସିଆଇ ରିପୋର୍ଟରେ ଦର୍ଶାଯାଇଛି ଯେ, ଆଫଗାନିସ୍ତାନରେ ବିଜୟ ପାଇଁ କିଏ ଶ୍ରେୟ ନେବା ଉଚିତ୍ ସେନେଇ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ବିତର୍କ ଚାଲିଥିବା ଜଣାପଡ଼ିଛି। ତାଙ୍କ ଭଳି ଲୋକଙ୍କ ପାଇଁ ଆଫଗାନିସ୍ତାନ ଏବେ ତାଲିବାନ ହାତରେ ବୋଲି ବରାଦର କହୁଥିବା ବେଳେ ଖଲିଲ ଉର-ରହମାନ ହକ୍କାନି ଯୁଦ୍ଧ ଦ୍ବାରା ଏହା ସମ୍ଭବ ହୋଇପାରିଥିବା କହିଛନ୍ତି। ନିକଟରେ ତାଲିବାନ ଏହାର ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଥିବା ବେଳେ ଏବେ ଏଭଳି ଖବର ମିଳିଛି। ତେବେ ଏଭଳି କୌଣସି ଘଟଣା ଘଟିଥିବା ବା ଶ୍ରେୟ ପାଇଁ ବିବାଦ ହୋଇଥିବା କଥାକୁ ଅସ୍ବୀକାର କରିଛି ତାଲିବାନ।
