ଗାନ୍ଧିବାଦୀ କଂଗ୍ରେସ ଭାଇଙ୍କ ଜୟନ୍ତୀରେ ଆଲୋଚନାଚକ୍ର ଗାନ୍ଧିବାଦ ହିଁ ଆଜିର ବିଶୃଙ୍ଖଳିତ ସମାଜକୁ ସଜାଡିପାରିବ
ବାରିପଦା : ବିଶିଷ୍ଟ ସର୍ବୋଦୟ କର୍ମୀ ଗାନ୍ଧିବାଦୀ କଂଗ୍ରେସ ଭାଇଙ୍କ ଜୟନ୍ତୀ ଉପଲକ୍ଷେ ଗୁରୁବାର ସଂଧ୍ୟାରେ ବାରିପଦା ରୋଟାରୀ କ୍ଲବ ଠାରେ ବିନୋବା ସ୍ମାରକ ଟ୍ରଷ୍ଟ ଏବଂ ବଡାମ ବାହିନୀ ମିଳିତ ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସର୍ବଦୋୟ ମଣ୍ଡଳ ମୟୂରଭଂଜ ଜିଲ୍ଲାଶାଖାର ସଭାପତି ଅଭିଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ପ୍ରତିକ ସମୟରେ ସର୍ବଦୋୟର ଆବଶ୍ୟକତା ଶୀର୍ଷକ ଏହି ଆଲୋଚନା ଚକ୍ରରେ ଅତିଥି ତଥା ବକ୍ତା ଭାବରେ ଗାନ୍ଧିବାଦୀ ସ୍ତମ୍ଭକାର ଡ. ବିଶ୍ୱଜିତ, ସର୍ବୋଦୋୟ ମଣ୍ଡଳର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ, ପ୍ରଫେସର ନାସିର ବକ୍ସ, ଗବେଷକ ଡ. ରାଜକିଶୋର ନାୟକ, ସମାଜସେବୀ ଶରତଚନ୍ଦ୍ର ନାୟକ, ବୀରଜା ଦେବୀ, ବଡାମ ବାହିନୀର ସଭାପତି ରୂପେଶ ଗିରି, ଯୁବ ଗାନ୍ଦିବାଦୀ କର୍ମୀ ମାନସ ପଟ୍ଟନାୟକ, ସର୍ବଦୋୟ ମଣ୍ଡଳର ରାଜ୍ୟ ସମ୍ପାଦକ ଆର୍ଯ୍ୟଭଟ ମହାନ୍ତି ପ୍ରମୁଖ ଯୋଗଦେଇ ସର୍ବଦୋୟ ବିଚାର ତଥା ଗାନ୍ଧିବାଦ ହିଁ ଆଜିର ବିଶୃଙ୍ଖଳିତ ସମାଜକୁ ସଜାଡିପାରିବ ବୋଲି କହିଥିଲେ । ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଚିତ୍ରକଳା ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ସହ ଆଲୋଚନା ଚକ୍ରରେ ବାରିପଦାର ବହୁ ବୁଦ୍ଧିଜିବୀ ଏବଂ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ ।
