ସ୍ୱର୍ଗତ ସଚ୍ଚିନ୍ଦ୍ରନାଥ ପୃଷ୍ଟିଙ୍କ ବିୟୋଗରେ ଶୋକ ସଭା
ଯାଜପୁର : ସ୍ୱର୍ଗତ ସଚ୍ଚିନ୍ଦ୍ରନାଥ ପୃଷ୍ଟିଙ୍କ ବିୟୋଗରେ ଏକ ଶୋକସଭା ସୁନିନ୍ଦା ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପୃଷ୍ଟିଙ୍କ ୯୧ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ନାଥସାହି ପଂଚାୟତର ସମିତିସଭ୍ୟ କାର୍ଯ୍ୟ କରି ବିଭିନ୍ନ ମୂଳକ କାର୍ଯ୍ୟ କରିଥିଲେ । ନାଥସାହି କଲେଜ ଠାରେ ଆରମ୍ଭ କରି ହାଇସ୍କୁଲ, ଏମଇ ସ୍କୁଲ ଓ ବିଭିନ୍ନ ମୂଳକ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ଏକ ବିଶାଳ ଶୋକସଭା ଆୟୋଜନ କରାଯାଇଥିଲା । ଏଥିରେ ବିଶିଷ୍ଟ ବକ୍ତମାନେ ଯୋଗ ଦେଇ ସ୍ୱର୍ଗତ ପୃଷ୍ଟିଙ୍କ ଗୁଣାବଳି ଉପରେ ଆଲୋକପାତ କରିଥିଲେ । ସଭାରେ ସୁରେନ୍ଦ୍ର କୁମାର ରାୟ, ସୁବାଷ ଚନ୍ଦ୍ର ପଣ୍ଡା, ବ୍ରଜ କିଶୋର ପରିଡା, ଗଣେଷ ସାହୁ,ବଟ କିଶୋର ପରିଡା,ଅଖିଳମୋହନ ରାୟ,ନିର୍ମଳ ରଥ,ଦିଗମ୍ବର କର, ସନ୍ତୋଷ ନନ୍ଦ,ଗଦାଧର ଦାସ,ଦୁର୍ଯ୍ୟୋଧନ ବେହେରା, ଚୈତନ୍ୟ ଚରଣ ଦାଶ,କିର୍ତନ ସାହୁ,ହୃଷିକେଶ ପତି, ରାଧାଶ୍ୟାମ ଦେଓ,ବିଜୟ ପୃଷ୍ଟି, ଲୋକନାଥ ପୃଷ୍ଟି, କୃଷ୍ଣଚନ୍ଦ୍ର ପୃଷ୍ଟି ଓ କେଶବ ପୃଷ୍ଟି ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
