କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଅନୁପ୍ରବେଶକୁ ନିନ୍ଦା : ବିଧାନସଭା ଗୃହ କମିଟି କୋଟିଆ ଗସ୍ତ କରିବାକୁ ସମାଜବାଦୀ ପାର୍ଟିର ଦାବି
ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜର ଧୂଳିପଦର ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି. ରାଜାନ୍ନା ଦୋରା ଗୁରୁବାର ଦିନ ଅନୁପ୍ରବେଶ କରି ଆନ୍ଧ୍ର ସରକାରଙ୍କର ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଭା କରି ଗ୍ରାମବାସୀମାନଙ୍କୁ ଆନ୍ଧ୍ର ଆଡ଼କୁ ଆକର୍ଷିତ କରିବାକୁ ପଦକ୍ଷେପ ନେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି । କିଛିଦିନ ତଳେ ଆନ୍ଧ୍ରର କିଛି ସରକାରୀ କର୍ମଚାରୀ ଗଜପତି ଜିଲ୍ଲାର ସୀମାନ୍ତବର୍ତୀ ଗ୍ରାମରେ ଓଡ଼ିଶା ଭିତରକୁ ୫୦୦ ମିଟର ପ୍ରବେଶ କରି ରାସ୍ତା ନିର୍ମାଣ କରିବା ଦେଖା ଯାଇଥିଲା । ଆନ୍ଧ୍ର ସରକାରଙ୍କର ବାରମ୍ବାର ଓଡ଼ିଶା ସୀମା ଭିତରକୁ ଅନୁପ୍ରବେଶ ଯୋଗୁ ସୀମାନ୍ତ ଅଂଚଳରେ ଉତେଜନା ଦେଖାଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଏହାଦ୍ୱାରା ଦିନକୁ ଦିନ ଦୁଇ ରାଜ୍ୟ ମଧ୍ୟରେ ତିକ୍ତତା ବଢିବା ସହିତ ଭାଇଚାରା ଓ ସ୍ନେହ ସୌହାର୍ଦ୍ଦ୍ୟ ନଷ୍ଟ ହେଉଛି । ଉଭୟ ସରକାରଙ୍କର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ସତେ ଯେମିତି ମୃତପ୍ରାୟ । ତେଣୁ ତୁରନ୍ତ ବିଧାନସଭାରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଉପରେ ଏକ ସ୍ୱତନ୍ତ୍ର ଓଡ଼ିଶା କରାଯାଇ ‘ବିଧାନସଭାର ଗୃହ କମଟି’ କୋଟିଆ ଗ୍ରସ୍ତ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଆଗାମୀ ୨୩ ତାରିଖ ଦିନ ଓଡ଼ିଶାଗ୍ରସ୍ତରେ ଆସୁଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଉପରେ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧାନ କରିବାକୁ ରାଜ୍ୟ ସରକାର ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
