ବିଧାନସଭାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ନେଇ ଉଦ୍ବେଗ
- ରାଜ୍ୟରେ ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି : ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ କାର୍ଯ୍ୟ ଦିବସ । ମଙ୍ଗଳବାର ବିଧାନସଭାରେ ରାଜ୍ୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ନ କରିବା ଓ ସମସ୍ତ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଗୃହରେ ଦାବି କଲେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କାହାକୁ ଦିଆଯାଉଛି ଆଉ କେଉଁ ସଂସ୍ଥା କିପରି ଏହି କାର୍ଯ୍ୟ କରୁଛନ୍ତି ସେ ନେଇ ବିଧାୟକମାନେ ପ୍ରଶ୍ନ କଲେ ।
ଏହାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । କୌଣସି ପାନୀୟ ଜଳ ପ୍ରକଳ୍ପ କରିବା ପୂର୍ବରୁ ପ୍ରଥମେ ଆରଡବ୍ଲୁଏସଏସ ଯାଇ ସର୍ଭେ କରନ୍ତି ଏବଂ ପରେ କୌଣସି ଏକ କନ୍ସଟାଲିସକୁ ଷ୍ଟଡ଼ି କରିବାକୁ ଦିଆଯାଇଥାଏ । ଏହାପରେ ଆମେ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରିଥାଉ । ସବୁ ପ୍ରକଳ୍ପ ସ୍ବଚ୍ଛତାର ଶହ କାର୍ଯ୍ୟକାରୀ ହେଉଛି । କେଉଁଠି ଟିକିଏ ବିଳମ୍ବ ହେଉଛି ଯାହାକି ମାତ୍ର ୪ ରୁ ୫ ମାସ ସମୟ । ଉଭୟ ଶାସକ ଓ ବିରୋଧୀ ଦଳର ୭୨ ଜଣ ସଦସ୍ୟ ଏହି ବିଷୟରେ ଆଲୋଚନା ପାଇଁ ଚାହୁଁଥିବାରୁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ, ଯେଉଁଠି ଯାହା ସମସ୍ୟା ଅଛି ସମାଧାନ କରାଯାଉ ।
