ଥଣ୍ଡା ପାନୀୟ ଜଳ ମେସିନ ଉଦ୍ଘାଟିତ
ନୀଳଗିରି : ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ଥଣ୍ଡା ପାନୀୟ ଜଳ ମେସିନକୁ ନୀଳଗିରି ଏନ.ଏ.ସି.ର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସ ଆନୁଷ୍ଠାନିକ ଭାବେ ଶୁଭଉଦ୍ଘାଟନ କରିଛନ୍ତି । ଉକ୍ତ କାର୍ଯ୍ୟାଳୟରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ନ ଥିବା ବେଳେ ଉକ୍ତ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥାକୁ ନେଇ କର୍ମଚାରୀ ସମେତ ପ୍ରତିଦିନ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷ ଉପକୃତ ହେବେ ବୋଲି ଅଧ୍ୟକ୍ଷା ଅମ୍ବିକା ଦାସ ପ୍ରକାଶ କରିଛନ୍ତି । ଉଦ୍ଘାଟନ ସମୟରେ ପୌରାଧ୍ୟକ୍ଷ ମହେନ୍ଦ୍ର ବେହେରା ସମେତ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ ।
