ୟୁକ୍ରେନ ରାଷ୍ଟ୍ରପତିଙ୍କ କୋହଭରା ବିବୃତ୍ତି! ସବୁ ଦେଶ ଋଷକୁ ଡରୁଛନ୍ତି, କେହି ଆମକୁ ସାହାଯ୍ୟ କରିବାକୁ ଆସିଲେନି
ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ସୈନ୍ୟ ନିଜ ପାରୁ ଲଢେଇ ଜାରି ରଖିଛନ୍ତି । ଆତ୍ମସମର୍ପଣ କରିବାକୁ ରୋକଠୋକ୍ ମନାକରିଦେଇଛନ୍ତି ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେଂସ୍କି । ଏହାରି ମଧ୍ୟରେ କୋହଭରା ବିବୃତ୍ତି ଆସିଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେଂସ୍କି କହିଛନ୍ତି, ଋଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୩୭ ସୈନ୍ୟ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ୩୧୬ଜଣ ଆହତ ମଧ୍ୟ ହୋଇଛନ୍ତି । ଏଭଳି ଭୟଙ୍କର ଯୁଦ୍ଧ ସମୟରେ ଋଷ ବିରୁଦ୍ଧରେ ଲଢ଼ିବା ପାଇଁ ଆମକୁ ଏକା ଛାଡ଼ିଦିଆଗଲା । ୟୁକ୍ରେନର ସହାୟତା କେହିବି ବାହାରିଲେ ନାହିଁ । କୌଣସି ଦେଶ ସାହାଯ୍ୟ କରିବେ ବୋଲି ଆଉ ଆଶା ମଧ୍ୟ ନାହିଁ । ସବୁ ଦେଶ ଋଷକୁ ଭୟ କରୁଛନ୍ତି । ଭୟରେ ସମ୍ନାକୁ ଆସୁନାହାଁନ୍ତି ।
ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ମିଜାଇଲ ମାଡ କରୁଛି ଋଷ । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି ।। ଏହାରି ମଧ୍ୟରେ ଭାବୁକ ହୋଇ ନିଜର ବୟାନ ଜାରି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେଂସ୍କି । କହିଛନ୍ତି, ଋଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୩୭ ସୈନ୍ୟ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ୩୧୬ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭାବୁକ ହୋଇ ଜେଲେଂସ୍କି କହିଛନ୍ତି, ‘ଏଭଳି ଭୟଙ୍କର ଯୁଦ୍ଧ ସମୟରେ ଋଷ ବିରୁଦ୍ଧରେ ଲଢିବା ପାଇଁ ଆମକୁ ଏକା ଛାଡିଦିଆ ଯାଇଛି । ୟୁକ୍ରେନକୁ ସହାୟତା ପାଇଁ ହାତ ବଡାଇଲେ ନାହିଁ । ଜେଲେଂସ୍କି କହିଛନ୍ତି କେହି ଆଉ ସାହାର୍ଯ୍ୟ କରିବେ ବୋଲି ଆଉ ଆମର ଆଶା ମଧ୍ୟ ନାହିଁ ।ଏବେ ସବୁ ଦେଶ ଋଷକୁ ଭୟ କରୁଛନ୍ତି । ସବୁ ଦେଶ ଗୁଡିକ ଡରରେ ସାମ୍ନାକୁ ମଧ୍ୟ ଆସୁନାହାନ୍ତି।’ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଋଷ ପୂର୍ବରୁ କହିଥିଲା କେବଳ ସୈନ୍ୟ ବେସ୍ ଉପରେ ହିଁ ଆକ୍ରମଣ କରିବ କିନ୍ତୁ ଏବେ ଋଷ ସେନା ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରୁଛି । ଏ ଏବେ ଋଷ ଯୁଦ୍ଧ ଜାହଜଗୁଡିକୁ ମଧ୍ୟ ଆକ୍ରମଣ କରୁଛି । ଋଷ ଯାହା କରୁଛି ତାହାକୁ କେବେ କ୍ଷମା କରାଯିବ ନାହିଁ କହିଛନ୍ତି ଜେଲେଂସ୍କି । ଏବେ ଋଷ ସେନାର ଟାର୍ଗେଟ୍ ରେ ୟୁକ୍ରେନର ରାଜଧାନୀ କିଭ୍ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ବିପଦ ସମୟରେ ଆମ ସହିତ ଛିଡା ହେବାକୁ କେହି ନାହାନ୍ତି । କିଏ ଅଛନ୍ତି ଏଭଳି ସମୟରେ ଆମ ସହିତ ଛିଡା ହେବା ପାଇଁ? ୟୁକ୍ରେନକୁ ନାଟୋ ସଦସ୍ୟତା ଦେବାକୁ କେହି ବାହାରୁ ନାହାନ୍ତି । ଏସବୁ ଭିତରେ ୟୁକ୍ରେନ ଅନ୍ୟ ଦେଶ ଠାରୁ ସହାୟତା ଲୋଡୁଥିବା ବେଳେ ଆମେରିକା ହାତ ଟେକି ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନକୁ ନିଜର ସେନା ପଠାଇବ ନାହିଁ ଆମେରିକା । ତେବେ ନାଟୋ ଦେଶର ପ୍ରତିଟି ଇଞ୍ଚ ଜାଗା ପାଇଁ ଆମେ ଲଢିବୁ । ଏହାସହ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କୌଣସି ଆଲୋଚନା କରିବା ନେଇ ଯୋଜନା ନଥିବା ସ୍ପଷ୍ଟ କରିଛନ୍ତି ଜୋ ବାଇଡେନ । ଋଷ ଉପରେ ସମସ୍ତ ପ୍ରକାର କଟକଣା ଲଗାଇବାକୁ ଜି-୭ ରାଷ୍ଟ୍ର ନିଷ୍ପତ୍ତି ନେବ ।
