ନାଗ ସାପ ଉଦ୍ଧାର
କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ବଡ ବିରୁହାଁ ପଂଚାୟତର ବଡବିରୁହାଁ ଗ୍ରାମରେ ପୀତବାସ ସାହୁ ଘରେ ଏକ ନାଗସାପ ପଶି ଯାଇଥିଲା । ୫ ଫୁଟରୁ ଉର୍ଦ୍ଧ ଏହି ସାପର ଗର୍ଜ୍ଜନରେ ସମସ୍ତେ ଭୟଭୀତ ହୋଇଥିଲେ । ଏନେଇ ପାଣିକୋଇଲି ଥାନାକୁ ଖବର ଦିଆଯାଇଛି । ପାଣିକୋଇଲି ଥାନା କନେଷ୍ଟବଳ ମନମୋହନ ବାରିକ ବଡବିରୁହାଁରେ ପହଂଚି ସେହି ସାପଟିକୁ ଧରିଆଣି ଏକ ନିକାଂଚନ ସ୍ଥାନରେ ଛାଡିଥିଲେ । ସାପଟିକୁ ଉଦ୍ଧାର ବେଳେ ଦେଖିବା ପାଇଁ ଲୋକମାନଙ୍କର ଭିଡ ଜମିଥିଲା ।
