ଗରିବଙ୍କ ଜମି ଛଡାଉଛି ସିଏମସି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର
କଟକ : ରାଜ୍ୟ ସରକାର ଜାଗା ମିଶନ ଯୋଜନାରେ ଗରିବଙ୍କୁ ଭୂମି ଦେବା, ଆର୍ôଥକ ସହାୟତା ରାଶି ଦେବା ଭଳି କାର୍ଯ୍ୟ କରୁଥିବା ବେଳେ କଟକ ମହାନଗର ନିଗମ(ସିଏମସି) ଜଣେ ଗରିବଙ୍କ ଜମି ହଡପ କରି ଏହି ଯୋଜନାର ବିପରୀତ କାର୍ଯ୍ୟ କରିଥିବା ସହରରେ ଚର୍ଚ୍ଚାର ପରିଧିକୁ ଆସିଛି । ଏଭଳି କାର୍ଯ୍ୟ କରି କେବଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରୁନାହିଁ ବରଂ ରାଜ୍ୟ ସରକାରଙ୍କ ୫-ଟି ଶାସନ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି । ଏହା ଘଟିଛି ଖୋଦ୍ କଟକ ସହର ପଟ୍ଟପୋଲ ମୋଚିସାହି ବାସିନ୍ଦା ବି କ୍ରିଷ୍ଣା ରାଓଙ୍କ କ୍ଷେତ୍ରରେ । ଦୀର୍ଘ ୩୯ ବର୍ଷ ହେବ ନିଜ ପୂର୍ବ ପୁରୁଷଙ୍କ ଜମି ପାଇବା ପାଇଁ ଶ୍ରୀ ରାଓ ସଂଗ୍ରାମ ଚଳାଇ ଆସୁଛନ୍ତି । ସୂଚନାଯୋଗ୍ୟ ଯେ, ପଟ୍ଟାପୋଲ ମୋଚିସାହି ମୈାଜା ୧୧ ହାଲ ପ୍ଲଟ ନଂ ୧୨୨୬ ଓ ୨୭, ସାବକ ପ୍ଲଟ୍ ନଂ ୩୪୪,୩୪. ୩୪୬ ଉପରେ ଶ୍ରୀ ରାଓ ସିଭିଲ ସୁଟ କରିଥିଲେ । ଯାହା ଏବେ କେସ୍ ନଂ ଏଫ ଏ-୯୫/୨୨ ବିଚାରାଧିନ ରହିଛି । ଉକ୍ତ ମାମଲାରେ କଟକ ଜିଲ୍ଲାପାଳ ଓ ସିଏମସିକୁ ପକ୍ଷଭୁକ୍ତ କରାଯାଇଛି । ଏଥିସହ ଏହି ଜମି ମାମଲାରେ ଏମସି ନଂ ୯୦/୨୧ରେ ତା. ୧୨.୧୨.୨୦୦୧ ଆଦେଶ ବଳରେ ହାଇକୋର୍ଟ ଉକ୍ତ ଜମି ଉପରେ କୈାଣସି ନିର୍ମାଣ କାମକୁ ବାରଣ କରିଛନ୍ତି, ଯାହା ଏପର୍ଯ୍ୟନ୍ତ ବଳବତ୍ତର ରହିଛି । ଏହାସତ୍ୱେ ଆଦେଶକୁ ବେଖାତିର କରି ଉକ୍ତ ଜମି ଉପରେ ସିଏମସି ବେଆଇନ ଭାବେ କେବେ ଇଲେକ୍ଟ୍ରି ଟ୍ରାନ୍ସଫରପର ତ ଆଉ କେବେ ମିଶନ ଶକ୍ତି ଗୃହ ନିର୍ମାଣ କରୁଛି । ଏନେଇ କ୍ରଷ୍ଣା ରାଓ ସିଏମସି ମଏୟର ଓ କମିଶନରଙ୍କୁ ଅବଗତ କରିବା ସହିତ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରି କରିଥିଲେ ହେଁ ଏଯାଏଁ ନ୍ୟାୟ ପାଇପାରିନାହାନ୍ତି । ତେବେ ରାଷ୍ଟ୍ରପତି ଏ ବିଷୟରେ ଗୃହ ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକି ଆଜିଯାଏଁ ଅଣଦେଖା କରାଯାଇଥିବା ଶ୍ରୀ ରାଓ ଅଭିଯୋଗ କରିଛନ୍ତି । ଶ୍ରୀ ରାଓ ବାଦାମବାଡି ବସଷ୍ଟାଣ୍ଡରେ ମୋଚି କାମ କରି ଯାହା ଅର୍ଥ ରୋଜଗାର କରନ୍ତି ସେଥିରେ ଘର ଚଳାନ୍ତି । ପରିବାରରେ ୨ ପୁଅ, ୨ ଝିଅ, ସ୍ତ୍ରୀ ଓ ବୃଦ୍ଧା ମାଙ୍କୁ ମିଶାଇ ୭ ଜଣ । ଏଭଳି ସ୍ଥିତିରେ ପରିବାର ପୋଷିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହେଉଥିଲା ବେଳେ ଜମିକୁ ନେଇ ମାଲି ମକଦ୍ଦମା ଓ ଗୋଟିଏ ଅଫିସ୍ରୁ ଆଉ ଗୋଟିଏ ଅଫି୍ସକୁ ଦୈାଡି ଦୈାଡି ସେ ଅଣନିଃଶ୍ୱାସୀ ହୋଇପଡିଛନ୍ତି । ତେବେ ବି ଶ୍ରୀ ରାଓ ଭାଙ୍ଗି ନ ପଡି ପୂର୍ବ ପୁରୁଷଙ୍କ ଜମି ପାଇଁ ଅହରହ ସଂଗ୍ରାମ ଜାରି ରଖିଛନ୍ତି ।
