ଆରମ୍ଭ ହେଲା ବିଶ୍ୱକପ୍ ହକି ଉତ୍ସବର ପୂର୍ବ ପ୍ରସ୍ତୁତି ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କଲେ ସିଏମ୍ସି କମିଶନର
କଟକ : ବିଶ୍ୱକପ୍-୨୦୨୩ ହକି ପାଇଁ କଟକ ଉତ୍ସବ ମୁଖର ହେବାକୁ ଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଶେଷକରି କଟକ ସହର ରିଙ୍ଗ୍ବନ୍ଧ ରାସ୍ତା ସୈାନ୍ଦର୍ଯ୍ୟକରଣ କାମ ଏଥିମଧ୍ୟରେ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି । କଟକ ମହାନଗର ନିଗମ(ସିଏମ୍ସି) କମିଶନର ନିଖିଲ ପୱନ କଲ୍ୟାଣ ଆଜି ଅପରାହ୍ନରେ ଏହି ସୈାନ୍ଦର୍ଯ୍ୟକରଣ ପ୍ରକ୍ରିୟା ତଦାରଖ କରିବା ସହ ଏହାର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରି ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇ କମିଶନର ଶ୍ରୀ କଲ୍ୟାଣ ଶିଖରପୁର ନିକଟରୁ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଆବାସ ପର୍ଯ୍ୟନ୍ତ ବୁଲି ଏହି ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଥିଲେ । ନିର୍ମାଣାଧୀନ ଫୁଟ୍ପାଥ୍, ଭେଣ୍ଡିଂଜୋନ୍, ପାର୍କିଂସ୍ଥଳ, ଶୈାଚାଳୟ ଓ ରାସ୍ତାର ମିଡ୍ଭର୍ସ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ତା’ଛଡା ରାସ୍ତା କଡ ବିଦ୍ୟୁତିକରଣ କାର୍ଯ୍ୟ, ହାଇମାକ୍ସ ଲାଇଟ୍, ହକି ଟିମ୍ ସଂପର୍କିତ ପେଣ୍ଟିଙ୍ଗ୍, ଆଗନ୍ତୁକ ବସିବା ପାଇଁ ଚୈାକି ସହ ପାନୀୟ ଜଳ ଯୋଗାଣ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବାକୁ ତାଗିଦ୍ କରିଥିଲେ । ଅଧିକ ଆକର୍ଷଣୀୟ କରିବା ପାଇଁ ଏକ ପ୍ରକାର ରଙ୍ଗର ବ୍ୟବହାର କରାଯିବା ସହ ବ୍ରାଣ୍ଡିଂ କାର୍ଯ୍ୟ ଠିକ୍ ଭାବେ ପରିଚାଳନା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଜାନୁଆରୀ ୨୦୨୩ ବିଶ୍ୱକପ୍ ହକି ମ୍ୟାଚ ଉଦଘାଟନୀ ପୂର୍ବରୁ ଏହି ସୈାର୍ନ୍ଦ୍ୟକରଣ କାମ ଶେଷ ହେବ ବୋଲି ପୂର୍ବରୁ ନିଷ୍ପତି ନିଆଯାଇଥିଲା । ଶିଖରପୁର ଗୁରୁଦ୍ୱାର ନିକଟରୁ ବିଡାନାସୀ ପର୍ଯ୍ୟନ୍ତ ଓ ଗଡଗଡିଆ ଘାଟ ନିକଟରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ଏହି ସୈାର୍ନ୍ଦ୍ୟକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ସିଏମସି ପକ୍ଷରୁ କୁହାଯାଇଥିଲା । ବାରବାଟୀ ଷ୍ଟାଡିୟମରେ ପାଳନ ହେବାକୁ ଥିବା ହକି ଉତ୍ସବରେ ବିଭିନ୍ନ ଦେଶର ଖେଳାଳି ଓ ଦର୍ଶକଙ୍କ ବ୍ୟତୀତ ବହୁ ସେଲିବ୍ରେଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି ତଦାରଖ କାର୍ଯ୍ୟକ୍ରମରେ ସିଏମସି ସିଟି ଇଂଜିନିୟର ଅତନୁ କୁମାର ସାମନ୍ତ, ଏକ୍ଜିକ୍ୟୁଟିଭ ଇଂଜିନିୟର ନନ୍ଦକିଶୋର ପାଲ ଓ ଡି ଆର ତ୍ରିପାଠୀ, ଆସିଷ୍ଟାଣ୍ଟ ଇଂଜିନିୟର ବୀରେନ୍ଦ୍ର କୁମାର ପ୍ରଧାନଙ୍କ ସମେତ ଜେ.ଇ, କର୍ପୋରେଟର ଓ ପିଏମୟୁ ସଦସ୍ୟମାନେ ଉପସ୍ଥିତ ଥିଲେ । ସିଏମସିର କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମୀକ୍ଷା ବୈଠକ I
