ଖରିଫ ଧାନ କିଣିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୦୨୧-୨୨ ଖରିଫ ଋତୁ ଧାନ କିଣିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟର ବଳକା ସଂଗୃହୀତ ଧାନ କିଣିବା ବାବଦରେ ଚିଠି ଲେଖିବା ସହ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଳକା ଧାନକୁ କିଣିବା ପାଇଁ ଡିଏଫପିଡିକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିସହ ପୂର୍ବ ନିର୍ଦ୍ଦେଶନାମା ନବଦଳିଲେ ଆଗାମୀ ଖରିଫ ଧାନ ସଂଗ୍ରହ ପ୍ରଭାବିତ ହେବ । ତେଣୁ ଧାନ ସଂଗ୍ରହ ଅବଧି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ଆଗାମୀ ଖରିଫ ଋତୁରେ ଧାନକିଣା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବଳକା ଉଷୁନା ଚାଉଳ ବିକ୍ରି ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ ଉଲ୍ଲେଖ ରହିଛି । ରାଜ୍ୟରେ ଆଗାମୀ ଖରିଫ ଋତରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ନେଇ ଆକଳନ କରିଛି ରାଜ୍ୟ । ପ୍ରତି ବର୍ଷ ରାଜ୍ୟକୁ ୨୪ ଲକ୍ଷ ଚାଉଳ ଟନ ଧାନର ଆବଶ୍ୟକତା ରହିଥିବାବେଳେ ଓଡିଶା ଉତ୍ପାଦନ କରୁଛି ୫୨ ଲକ୍ଷ ମେଟ୍ରିକ ଟନ୍ । ତେବେ ବଳକା ଚାଉଳକୁ କେନ୍ଦ୍ର ସଠିକ ସମୟରେ ଓଡ଼ିଶାରୁ ଉଠାଇବା ନେଇ ମୁୁଖ୍ୟମନ୍ତ୍ରୀ ଚିଠିରେ ଅବଗତ କରିଛନ୍ତି । ପୂର୍ବରୁ କେନ୍ଦ୍ର ଯେଉଁ ପ୍ରସ୍ତାବ ଦେଇଥିଲା ସେହି ଅନୁଯାୟୀ ଚାଉଳ ଉଠାଉ ନାହିଁ । ସାଧାରଣ ବଂଟନ ବିଭାଗ ଉଷୁନା ଚାଉଳ ନ କିଣିବାକୁ ନିଷ୍ପତି ନେଇଥିବାରୁ ଓଡିଶାର ୧୦ ଲକ୍ଷ ଚାଷୀ ପ୍ରଭାବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି । ବଳକା ଚାଉଳ ନେବାକୁ ଖାଦ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । କେନ୍ଦ୍ର ଖାଦ୍ୟ ବିଭାଗର ନିୟମ ପାଳନ ପାଇଁ ଅଧିକ ସମୟ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରସରକାର ବଳକା ଚାଉଳ ଉଠାଣ ପାଇଁ ଆଗ୍ରହ ପ୍ରକାଶ କଲେ ଓଡ଼ିଶାର ଚାଷୀ କୂଳ ଲାଭଭାନ ହେବେ । ନଚେତ ଚାଷୀକୂଳ ପୁଣି ଥରେ ଖରିଫ ରତୁ ଧାନ ବିକ୍ରୟରେ ଅସୁବିଧାର ସମ୍ମୁଖୀନ ହେବେ । କୋଭିଡ ମହାମାରୀ ସମୟରେ ପ୍ରାୟ ୧୦ ଲକ୍ଷ ଚାଷୀ ଏହଦ୍ୱାରା ପ୍ରଭାବୀତ ହୋଇଛନ୍ତି ।
