ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ
ରାଉରକେଲା : ରାଉରକେଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲା ପାଇଁ ଏହି ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ। ରାଜ୍ୟବାସୀଙ୍କ ବିକାଶକୁ ମୋ ସରକାର ସବୁବେଳେ ପ୍ରାର୍ଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସୁନ୍ଦରଗଡ଼ ଜିଲା ପାଇଁ ମୂଲ୍ୟବାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ରାଉରକେଲାରେ ମୋଟ ୬୮ ହଜାର୫୭୫ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ। ଏହା ଦ୍ବାରା ୨ ଲକ୍ଷ ୨୩ ହଜାର ୪୧୮ ଜଣ ଉପକୃତ ହେବ। ସୁନ୍ଦରଗଡ଼ ପୌରପାଳିକାରେ ୫, ୪୦୭, ରାଜଗାଙ୍ଗପୁର ପୌରପାଳିକାରେ ୮,୭୯୧, ବୀରମିତ୍ରପୁର ପୌରପାଳିକାରେ ୬, ୫୧୪ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ। ସେମିତି ବାଲିଶଙ୍କରା ବ୍ଲକରେ ୨୩, ୧୪୯, ବଡ଼ଗାଁରେ ୧୮,୨୪୦, ବିଶ୍ରାରେ ୧୬,୭୦୫, ବଣାଇରେ୧୫,୯୮୯, ଗୁରୁଣ୍ଡିଆରେ ୧୭,୩୬, ହେମଗିରିରେ ୨୧,୫୯୮, କୋଇଡ଼ାରେ୧୮,୭୯୦, କୁଆରମୁଣ୍ଡାରେ୨୪,୬୫୮, କୁତ୍ରାରେ୧୯,୫୭୬ କାର୍ଡଧାରୀଙ୍କୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ। ଅନୁରୂପ ଭାବେ ଲହୁଣୀପଡ଼ା ବ୍ଲକରେ ୨୩,୪୭୩, ଲାଠିକଟାରେ୨୬,୩୩୭୮, ଲେଫ୍ରିପଡ଼ାରେ ୨୦,୪୬୪, ନୂଆଗାଁରେ୨୬,୩୩୭, ରାଜଗାଙ୍ଗପୁରରେ ୨୪,୭୦, ସବଡେଗାରେ ୧୬,୪୮୫, ସୁନ୍ଦରଗଡ଼ ସଦର ବ୍ଲକରେ୧୭,୭୫୦, ଟାଙ୍ଗରପାଲି ବ୍ଲକରେ୧୭,୩୮୯ ରାସନ କାର୍ଡଧାରୀଙ୍କୁ ଏହି ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ଅନୁରୂପ ଭାବେ ଜିଲାର ୧୭ ବ୍ଲକରେ ୧୩ରୁ ଅଧିକ ମନ୍ତ୍ରୀ, ସାଂସଦ, ବିଧାୟକ ଓ ନିଗମ ଅଧ୍ୟକ୍ଷ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ସୁନ୍ଦରଗଡ଼ରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଓଟିଡିସି ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଣ୍ଟନ କରିଛନ୍ତି। ବାଲିଶଙ୍କରା ବ୍ଲକରେ ଉଚ୍ଚ ଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓ, ବଣାଇ ବ୍ଲକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଓଡ଼ିଶା ଖାଦ୍ୟ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, ଲହୁଣୀପଡ଼ା ବ୍ଲକରେ ଶିଳ୍ପ, ଶକ୍ତି ଓ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଅମରେନ୍ଦ୍ର ଦାସ, ସବଡେଗା ବ୍ଲକରେ ଆଦିବାଦୀ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଟାଙ୍ଗରପାଲି ବ୍ଲକରେ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ସତ୍ୟବ୍ରତ ତ୍ରିପାଠୀ, ବଡଗାଁରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ପ୍ରଭାତ ଆଦିତ୍ୟ ମିଶ୍ର, କୁତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ଦେବାଶିଷ ମହାନ୍ତି, ଲାଠିକଟା ବ୍ଲକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ରାମଚନ୍ଦ୍ର ପଣ୍ଡା, ସୁନ୍ଦରଗଡ଼ ପୌରପାଳିକାରେ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ ଦେବାଶିଷ ମଲ୍ଲିକ, ହେମଗିରି ବ୍ଲକରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଲତା ଦେଓ ବଣ୍ଟନ କରିଛନ୍ତି। ଅନ୍ୟ ବ୍ଲକରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସୂଚନା ଓ ଲୋକ ସମ୍ପର୍କମନ୍ତ୍ରୀ ରଘୁନନ୍ଦନ ଦାସ, ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ବଣ୍ଟନ କରିଛନ୍ତି।
