୨୩ ବିଭାଗର ଉପଦେଷ୍ଟା ପଦବୀକୁ ରଦ୍ଦ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମନ୍ତ୍ରିମଣ୍ଡଳର ନବକଳେବର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ନିଗମ ତଥା ବିଭାଗୀୟ ଉପଦେଷ୍ଠା ପଦବୀକୁ ମଧ୍ୟ ରଦ୍ଦ କରିଛନ୍ତି। ଏ ନେଇ ଯୋଜନା ଓ ସମନ୍ବୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବୀନ ବିଭିନ୍ନ ନେତାଙ୍କୁ ଥଇଥାନ କରିବା ପାଇଁ ୨୩ଟି ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ। ଯାହାକୁ ସେ ରଦ୍ଦ କରିଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅଦଳବଦଳ ସହିତ ନିଗମ ଅଧ୍ୟକ୍ଷ ପଦରେ ନୂଆ ନିଯୁକ୍ତି ଦେବେ ବୋଲି ସୂଚନା ରହିଛି। ନବୀନ ସରକାରକୁ ଏକ ନୂଆ ରୂପ ଦେବା ପାଇଁ ଚେଷ୍ଠା କରୁଛନ୍ତି। ତେବେ ପୂର୍ବପରି ଉପଦେଷ୍ଠା ପଦବୀ ରହିବ କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ।
