ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ ! ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲା ମାନ୍ୟତା
ଝାରବନ୍ଧ : ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ନୂଆ ଜିଲାର ମାନ୍ୟତା। ଜିଲାବାସୀଙ୍କୁ ଗତ ନିର୍ବାଚନରେ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପଦ୍ମପୁର ଆସିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସବୁଠି ନବୀନଙ୍କ ଜୟ ଜୟ ଧ୍ୱନି ଶୁଣିବାକୁ ମିଳୁଛି।
ରବିବାର ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ଯୋଗ ଦେଇଥିଲେ। ଝାରବନ୍ଧା ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ବର୍ଷକ ମଧ୍ୟରେ ପଦ୍ମପୁର ଜିଲା ଘୋଷଣା ହେବ ବୋଲି କହିଥିଲେ। ଏହାସହ ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ସେ ଘୋଷଣା କରିଛନ୍ତି। ଏହା ସହିତ ପଦ୍ମପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ସୂଚନା ଯେ, ପଦ୍ମପୁର ବାସୀଙ୍କ ଜିଲା ସ୍ୱପ୍ନକୁ ନବୀନ ପଦ୍ମପୁର ମାଟିରେ ହିଁ ପୂରଣ କରିବେ । ପଦ୍ମପୁର ଜିଲା ମାନ୍ୟତା ଦାବି ଉଠିବା ପରେ ଜିଲାବାସୀ ନବୀନ ନିବାସକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ନିରାଶ ନକରି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଖୁବଶୀଘ୍ର ଏକ କମିଟି ଗଠନ ହେବ ବୋଲି କୁହାଯାଇଥିଲା । ଜିଲ୍ଲା ମାନ୍ୟତା ନେଇ ବିଭାଗ ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ । ତେଣୁ କେବେ ପୂରଣ ହେବ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସେନେଇ ପଦ୍ମପୁର ବାସୀଙ୍କୁ ଆଉ ରାତିରେ ନିଦ ନାହିଁ ।
