ଜାଭେଲିନ ତାରକା କିଶୋରଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବୁଦାପେଷ୍ଟ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଜାଭେଲିନ ଫାଇନାଲରେ ପହଞ୍ଚି ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଓଡ଼ିଶାର ଉଦୀୟମାନ ତାରକା କିଶୋର ଜେନାଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜାଭେଲିନ ଫାଇନାଲରେ ପହଞ୍ଚିବା ସହ ଉଲ୍ଲେଖନୀୟ ପ୍ରଦର୍ଶନ କରି କିଶୋର ପଞ୍ଚମ ସ୍ଥାନରେ ରହିଥିଲେ । ୮୪.୭୭ ମିଟର ଦୂରତା ଥିଲା କିଶୋରଙ୍କ ବେଷ୍ଟ ଥ୍ରୋ । କିଶୋରଙ୍କ ଏହି ପ୍ରଦର୍ଶନ ଓଡ଼ିଶା କ୍ରୀଡା ପାଇଁ ଐତିହାସିକ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରଭାବଶାଳୀ ପ୍ରଦର୍ଶନ ଅନ୍ୟ ଆଥଲେଟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
