ହିରୋ ସୁପରକପ ଜିତିଲା ଓଡ଼ିଶା ଏଫସି, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ହିରୋ ସୁପରକପରେ ଓଡ଼ିଶା ଫୁଟବଲ କ୍ଳବ୍ ଚାମ୍ପିଅନ । ଫାଇନାଲରେ ଓଡ଼ିଶା ଏଫସି ଶକ୍ତିଶାଳୀ ବେଙ୍ଗାଲୁରୁ ଫୁଟବଲ କ୍ଳବକୁ ୨-୧ ଗୋଲରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଓଡ଼ିଶା ଏଫସି କୌଣସି ଜାତୀୟ ଟାଇଟଲ ହାସଲ କରିଛି ।
୨୦୨୨-୨୩ ଆଇଏସଏଲ ସିଜନରେ ଓଡିଶା ଏଫସି ସନ୍ତୋଷଜନକ ପ୍ରଦର୍ଶନ କରି ଷଷ୍ଠ ସ୍ଥାନରେ ରହିଥିଲା । ସୁପରକପରେ ଚାମ୍ପିଅନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଏଫସିକୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ମଧ୍ୟ ଦଳ ବିଜୟ ଧାରା ଜାରି ରଖିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।
