ଆଜି କଟକରେ ବହୁ ପ୍ରତୀକ୍ଷିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
କଟକ : ଆଜି କଟକ ସହରରର ବହୁ ପ୍ରତୀକ୍ଷିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ବାଲିଯାତ୍ରା ପଡିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭିସି ଯୋଗେ ମୁଖ୍ୟମନ୍ତ୍ରୀ ଏହାକୁ କଟକ ସହରବାସୀଙ୍କୁ ଉତ୍ସର୍ଗ କରିବେ। ଏହି ମେଗା ପ୍ଲାଣ୍ଟର ଶୁଭାରମ୍ଭ ଦ୍ୱାରା କଟକର ପ୍ରତି ଘରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ପହଞ୍ଚିବ। ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ସହର ଓ ଏହାର ଉପକଣ୍ଠ ଅଞ୍ଚଳର ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପିଇବା ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭର କରୁଥିଲେ। ଫଳରେ ଦୂଷିତ ପାଣି ପିଇ ସହରବାସୀ ଅନେକ ରୋଗରେ ପଡୁଛନ୍ତି। ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ୱଜଳ ଯୋଜନା ମାଧ୍ୟମରେ ମହାନଦୀରୁ ପାଣି ଅଣାଯାଇ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ବିଶୁଦ୍ଧ କରାଯାଇ ନୂତନ ପାଇପ ଲାଇନରେ ଘରକୁ ଘର ସପ୍ଲାଇ କରାଯିବ। ଡେସେମ୍ବର ୨୦୨୩ ସୁଦ୍ଧା ସଂଗ୍ରହ ସହରବାସୀ ଓ ଉପକଣ୍ଠରେ ରହୁଥିବା ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଯିବ। ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟରେ ୨ଟି ଅଞ୍ଚଳ ସିଡିଏ ଜଗତପୁରକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ।
