ପାଗରେ ପରିବର୍ତ୍ତନ : କେତେକ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ପୁଣି ଠାରେ ଆଜି ଠାରୁ ପାଗରେ ପରିବର୍ତ୍ତନ ଘଟିବ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେଉଥିବା ବେଳେ ମୌସୁମୀ ଟ୍ରପଲାଇନ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡିଶାର ଜିଲା ଗୁଡିକରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଟ୍ୱିନ ସିଟିରେ ବର୍ଷା ହେବା ସହ ପାଗ କୋହଲା ରହିଛି।
